କଳାହାଣ୍ଡି (ଅରୁଣ କୁମାର ସାହୁ ):- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ସମାଜ ଦୈନିକ ଖବରକାଗଜ ପତ୍ରିକାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି କିଶନ କୁମାର ପଟ୍ଟନାୟକ ଗତ ଫେବୃଆରୀ ୧୩ ତାରିଖ ଦିନ ଖବର ସଂଗ୍ରହ କରିବା କୁ ଯାଇଥିବା ସମୟରେ ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ମାସେ ବିତି ଯାଇଥିଲେ ମଧ୍ୟ ମଦ୍ୟପ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମ ରେ ଏତଲା ଦିଆଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ କାହିଁକି ପୁଲିସ, ଚାପଗସ୍ତ ରେ ହାତବାନ୍ଧି ବସିଛି ଆମପାଣି ପୁଲିସ,ବରାଡଙ୍ଗା ପଞ୍ଚାୟତ ରେ ଏକ ଜନ ଶୁଣାଣି ଶିବିରରେ ଖବର ସଂଗ୍ରହ କରିବା କୁ ଯାଇଥିଲେ ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟେ ଏକାଧିକ ମଦ ବୋତଲ ପଡ଼ିଥିବା ଦେଖି ଏ ସମ୍ପର୍କରେ ଉକ୍ତ ପଞ୍ଚାୟତ ର କାର୍ଯ୍ୟରତ ଅଧିକାରୀ ସତୀଶ ରଥ ଙ୍କ ପ୍ରତିକ୍ରିୟା ନେବା ସମୟରେ ସଂପୃକ୍ତ କର୍ମଚାରୀ ଜଣକ ରାଗି ଯାଇ ଅସଭ୍ୟ ଗାଲି ଗୁଲଜ କରିବା ସହ ତାଙ୍କୁ ଧକ୍କା ମାରି ଜୀବନ ରୁ ମାରିଦେବା କୁ ଧମକ ଦେଉଥିଲେ ଏ ସମ୍ପର୍କ ରେ କିଶନ କୁମାର ପଟ୍ଟନାୟକ ଆମପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ମଦ୍ୟପ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମ ରେ ଆମପାଣି ଥାନା ରେ ୧୪/୨୩ ନମ୍ବର ମାମଲା ରୁଜୁ ହୋଇଥିଲା। କିନ୍ତୁ ପୁଲିସ୍ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ଥିବା ସନ୍ଦେହ ପ୍ରକାଶ ପାଇଛି। ଏହି ସରକାରୀ ବାବୁ ର ଲମ୍ବା ହାତ ଥିବା ଯୋଗୁଁ ଆଜି ପୁଲିସ ନିରବ ରହୁଛି ବୋଲି ପ୍ରକାଶ ପାଉଛି ଆଇନ ଭଙ୍ଗ କାରୀ କୁ ଦଣ୍ଡ ନ ଦେଲେ କାହାକୁ ଦଣ୍ଡ ଦେବେ ବୋଲି ପ୍ରଶ୍ନ ବାଛି ସୃଷ୍ଟି ହେଉଛି ଓ ସୁରକ୍ଷା ଦେଉଛି ପୁଲିସ ଏଭଳି ବ୍ୟକ୍ତି କୁ ସେଥି ପାଇଁ ଓଡ଼ିଶା ରେ ଦିନ କୁ ଦିନ ଗୁଣ୍ଡା ଗିରି କରୁଛନ୍ତି ଲୋକ ମାନେ,ଏଠାରେ ଜଣା ପଡୁଛି ଯେ ଓଡ଼ିଶାର ଆଇନ ଶୃଙ୍ଖଳା କେତେ ତଳ କୁ ଖସିଲାଣି ଓ କେଉଁ ବାଟ ରେ ଯାଉଛି । ଏହି ଘଟଣା କୁ କଳାହାଣ୍ଡି ଏସପି ଅଧିକ ଛାନବିନ କରିବା କୁ ଦାବି ହେଉଛି।