କଳାହାଣ୍ଡି (ଅରୁଣକୁମାରସାହୁ) :-ଅଦିନିଆ ଝଡ଼ ବର୍ଷା ର ପ୍ରଭାବ ରେ ୨/୪ ଦିନ ହେବ କୋହଲା ପାଗ ସାଂଗକୁ କୁଆ ପଥର ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଟିପିଗୁଡା ପଞ୍ଚାୟତ ବୋକ୍ରାସିଲ୍ ଅଞ୍ଚଳ ର ପିଆଜ ଚାଷୀ ଙ୍କ ବ୍ୟାପକ ମାତ୍ରା ରେ ପିଆଜ ଚାଷ ନଷ୍ଟ ହୋଇ ଥିବା ଅଭିଯୋଗ ହୋଇଛି। ଟିପିଗୁଡା ପଞ୍ଚାୟତ ର ବୋକ୍ରାସିଲ୍,ରଏନଗୁଡା,ଟେକପଡା,ଭିର୍କାପଡା,ରାଜପୁର ଅଞ୍ଚଳରେ ଚାଷୀ ମାନେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଏକଡ଼ ଚାଷ ଜମି ରେ ପିଆଜ ଚାଷ କରିଥିବା ବେଳେ, ଏବେ ପିଆଜ ଅମଳ ସମୟରେ ଗତ କିଛି ଦିନ ହେବ କୁଆ ପଥର ବର୍ଷା ଯୋଗୁଁ ଚାଷଜମି ରେ ଥିବା ଅମଳ ହୋଇଥିବା ପିଆଜ ଓ ଅମଲକ୍ଷମ ପିଆଜ ରେ କୁଆ ପଥର ମାଡ଼ ଯୋଗୁଁ ପିଆଜ ର ଗୁଣବତ୍ତା ଖରାପ ହେବା ସହ ବର୍ଷା ମାଡ଼ ରେ ପିଆଜ ସବୁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଅଞ୍ଚଳ ର ଚାଷୀ ପିଆଜ ଚାଷ କରିଥିଲେ। ହେଲେ ଅଦିନିଆ ବର୍ଷା ଓ କୁଆପଥର ମାଡ ଚାଷୀ ଙ୍କ ପିଆଜ ଚାଷ କୁ ଉଜାଡି ଦେଇଛି । ଏନେଇ ଧର୍ମଗଡ଼ ବିଧାୟକ ମୈସୁଧି ବାଗ, ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ ଓ ଟିପିଗୁଡା ସରପଞ୍ଚ ହାତୀ ରାମ ଦୁର୍ଗା ପ୍ରଭାବିତ ପିଆଜ ଚାଷ କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା କୁ ଦାବି କରିଛନ୍ତି ଚାଷୀ।