ଢେଙ୍କାନାଳ,୨୧/୦୩(ଶୁଭମ ପାଣି) : ଅଦ୍ୟ ୧୨ ଘଟିକା ସମୟରେ ଷ୍ଟେସନ୍ ବଜାର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପରିଷଦ ବୈଠକ ଯମ୍ବେଶ୍ବର ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶିବରାମ ସାହୁ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଚଳିତ ମାସ ୨୩ ତାରିଖରେ ହେବାକୁ ଯାଉଥିବା ନୂଆ ଓଡିଶା ଗଠନ ପାଇଁ ବିକଳ୍ପ ସମାବେଶ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ । ଉକ୍ତ ସମାବେଶରେ ଧାନ କୁଇଁଟାଲ୍ ୩ ହଜାର ଟଙ୍କା ଧାର୍ଯ୍ୟ କରିବା, ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ନିର୍ମାଣ, ବନ୍ଦ ହୋଇପଡିଥିବା କାରଖାନାଗୁଡିକ ଚାଲୁ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ବେକାର ଶିକ୍ଷିତ ଯୁବକଯୁବତୀଙ୍କୁ ବେକାରୀ ଭତା, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସଲିଆମାନଙ୍କୁ ବର୍ଷସାରା କାମ ଯୋଗାଇ ଦେବା ପ୍ରଭୃତି ଅନ୍ୟାନ୍ୟ ଦାବୀ ନେଇ ଏହି ସମାବେଶ ହେବ । ଉକ୍ତ ସମାବେଶରେ କୃଷକ ଶ୍ରମିକ, ଯୁବକ ଯୋଗ ଦେବାକୁ ଆହ୍ବାନ କରୁଛି । ଉକ୍ତ ବୈଠକରେ ପୁରୁଷୋତମ ନାଏକ, ରବି ରଥ, ପ୍ରଦୀପ ସାହୁ, ଜନାର୍ଦ୍ଦନ ନନ୍ଦି, ସୁବାଷ ଚନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।