ଢେଙ୍କାନାଳ,(ଶୁଭମ ପାଣି) ଆଜି ୧୧.୦୨.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ପ୍ରଥମ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରାପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତି ଶ୍ରୀମତି ସବିତା ଦାସ ଙ୍କ ତତ୍ବାବଧାନରେ ଢେଙ୍କାନାଳ ସିଭିଲ୍କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୫୧୪ ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୨୯ଟି , ବିବାହ ଏବଂ ପାରିବାରିକ ମାମଲା ୯ଟି , ଦେଓାନୀ ମାମଲା ୧୦୧ଟି , ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୩୪୨ ଟି , ରାଜସ ମାମଲା ୨୦୩୩ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣାଜନିତ ପ୍ରାପ୍ୟବାବଦକୁ ଟ.୨ , ୦୮ , ୯୬ , ୦୦୦/- ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ.୧୧ , ୦୨୯ , ୯୪୪.୨୫ / – ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି । ଢେଙ୍କାନାଳ ସିଭିଲ୍କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ବିବେଦି , ଅତିରିକ୍ତ ଜିଲ୍ଲାଜଜ୍ ଡ . ଜୀବନଜ୍ୟୋତି ରଥ , ବରିଷ୍ଟ ଦେୱାନୀବିଚାରପତି ଶ୍ରୀମତି ସତରୂପା ଶତପଥୀ , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତ ଶସିରେଖା ମିଶ୍ର , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ସୁଦ୍ଧିରଂଜନ ଦାଶ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁଝଳିଆ , ଗାର୍ଗୀ ରାୟ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନାକରିଥିଲେ । ଉକ୍ତଲୋକଅଦାଲତ ରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ଵତନ୍ତ୍ର କୋର୍ଟ POCSO ଶ୍ରୀ ଆକାଙ୍ଖିତ ମିଶ୍ର , ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀମତି ଅଳକାନନ୍ଦା ମହାନ୍ତି ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତର ବିଚାରପତି ଶ୍ରୀମତି ମମିତା ସାହୁ , ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର , କନସିଲିଏଟର , ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ , ସ୍ଵାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର , ପି.ଏଲ. ଭି . , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ୍କୋର୍ଟ ର ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରରପେ ପରିଚାଳନାକରିବାରେ ସହାୟତା କରିଥିଲେ ।