ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହତ: ଦୁଇ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ସ୍କୁଲରେ ଅଘଟଣ। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ୭ମଶ୍ରେଣୀର ତିନି ଜଣ ଛାତ୍ର ବୁଧବାର ଦିନ ର ମଧ୍ୟାହ୍ନ ଏକ ଛୁଟିବେଳେ କେଉଁଠି ଥିବା ଏକ ବିସ୍ପୋରକ ଧରି ଥିବାବେଳେ କୈାଣସି କାରଣ ବଶତଃ ବିସ୍ପୋରକଟି ହଠାତ ଫୁଟିଯିବା ଫଳରେ ତିନି ଜଣ ଛାତ୍ର ଆହାତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି l ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି l ଏଭଳି ଏକ ଅଭାବନୀୟ ଘଟଣା କୁ ନେଇ ସେଇ ସ୍କୁଲର କର୍ତ୍ତୃପକ୍ଷ ସଠିକ ଉତ୍ତର ଦେଉନଥିବା ବେଳେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନଥିବା ଜଣା ପଡିଛି l ଛାତ୍ରମାନେ କେଉଁଠାରୁ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ଯେ କୌଣସି ଏକ ବିସ୍ପୋରକ ସାମଗ୍ରୀ ଆଣିଥିଲେ ତାହା ତଦନ୍ତ ସାପେକ୍ଷ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।