ଢେଙ୍କାନାଳ , ୨୭.୦୧.୨୦ ୨୩ – ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଭୁକ୍ତ ଯୋରନ୍ଦା ମହିମାଗାଦିପୀଠରେ ମହିମାଗାଦି ମଠ , ମନ୍ଦିର ଭଙ୍ଗା କାରଣରୁ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଥିବା କାରଣରୁ ଅଦ୍ୟ ମହିମାଗାଦି ମଠର ଅଂଚଳବାସୀ , ସାଧୁଭକ୍ତ , ମହିମା ସନ୍ୟାସୀ ଓ ଜନସାଧାରଣ ମହାମହିମ ରାଷ୍ଟ୍ରପତିଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶଥାଉକି , ବିଗତ ୬ ମାସ ହେଲା ମହିମାଗାଦିପୀଠରେ ମହିମାଗାଦି ମଠ , ମନ୍ଦିର ଭଙ୍ଗା କାରଣରୁ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧୂମାନଙ୍କର ବାରମ୍ବାର ଚେଷ୍ଟା ସତ୍ତ୍ଵେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ଆସନ୍ତା ଫେବୃଆରୀ ୪ ତାରିଖ ଦିନ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହେବ । ଏହି ମେଳାରେ ସାରା ଓଡିଶା ତଥା ଭାରତର ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହେବ । ଏହି ମେଳାରେ ସାରା ଓଡିଶା ତଥା ଭାରତର ବିଭିନ୍ନ ପ୍ରଦେଶ ଓ ଭାରତ ବାହାରୁ ବିଭିନ୍ନ ଦେଶରୁ ସାଧୁ , ଭକ୍ତ ଓ ପର୍ଯ୍ୟଟକ ଲକ୍ଷ ଲକ୍ଷ ସଂଖ୍ୟାରେ ଏକତ୍ର ହୋଇ ପ୍ରଭୁ ମହିମା ସ୍ଵାମୀଙ୍କୁ ପ୍ରାର୍ଥନା କରିଥାନ୍ତି । ଚଳିତ ବର୍ଷ ମହିମାଗାଦିରେ ଉପୁଜିଥିବା ସମସ୍ୟା ଯୋଗୁଁ ଏହି ବିଶ୍ବପ୍ରସିଦ୍ଧ ମେଳା ଆଶା ଆଂଶଙ୍କା ମଧ୍ୟରେ ଅଛି । ମହିମାଗାଦି ତୃତୀୟ ବେଢା ମଧ୍ୟରେ ଥିବା ବତୀ ମନ୍ଦିର , ଧୂନୀ ମନ୍ଦିର ଓ ଭେକ ମନ୍ଦିର ଭାଙ୍ଗି ଦିଆଯାଇଥିବାରୁ ଏହି ଉପାସନାପୀଠ ପରିଚାଳନା କରୁଥିବା କୌପୀନଧାରୀ ମହିମା ସମାଜ ସନ୍ନ୍ୟାସୀମାନେ ଉପାସନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଳ୍ପ ଉପାସନା ପୀଠ ବ୍ୟବସ୍ଥା କରାଯାଇନାହିଁ । ଏଠାରେ ସୂଚନା ଥାଉକି , ପ୍ରଭୁ ମହିମା ସ୍ଵାମୀଙ୍କ ନାମେ ରେକର୍ଡଭୁକ୍ତ ଏ୬୯.୩୩ଡେ . ଜାଗାରେ ୫୦ % ( ଆଠଅଣା ) ର ଅଂଶୀଦାର ହେଉଛନ୍ତି କୌପୀନଧାରୀ ମହିମା ସମାଜ କିନ୍ତୁ ଜିଲ୍ଲା ପ୍ରଶାସନ କୌପୀନଧାରୀ ମହିମା ସମାଜ ସନ୍ନ୍ୟାସୀମାନଙ୍କ ଉପାସନା ପାଇଁ ସ୍ଥାନ ଯୋଗାଇବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରି ଅପମାନିତ କରୁଛନ୍ତି । ଫଳରେ ଲକ୍ଷ ଲକ୍ଷ ମହିମା ସାଧୁସନ୍ଥ , ଭକ୍ତ ଓ ଆଂଚଳିକ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତି କରୁଛନ୍ତି । ଏହାର ଆଶୁ ସମାଧାନ ପାଇଁ ଜିଲ୍ଲାପ୍ରଶାସନ , ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଅଂଚଳବାସୀ ତଥା ସାଧୁସନ୍ଥ ଓ ଭକ୍ତମାନେ ସନ୍ତୋଷ ପ୍ରକଟ କରିବେ ବୋଲି ଜିଲ୍ଲାପାଳଙ୍କ ପାଖରେ ନିବେଦନ କରିଛନ୍ତି