ଖୋର୍ଦ୍ଧା,(ସଞ୍ଜୟ କର): ଆଜି ଖୋର୍ଦ୍ଧା କ୍ଷୁଦ୍ରଜଳସେଚନ ର ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ ଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ କର ଯାଇଛି. ଘଟଣାରୁ ପ୍ରକାଶ ଯେ ଏହି ଯନ୍ତ୍ରୀ ଜଣଙ୍କ ଏଠାକୁ ଦୁଇ ବର୍ଷ ହେଲା ଆସିଛନ୍ତି. ସେ ଆସିବା ଦିନଠାରୁ କାର୍ଯ୍ୟାଳୟ ରେ ଥିବା ଅନ୍ୟ କର୍ମଚାରୀ ମାନେ ସବୁ ବେଳେ ଅସନ୍ତୁଷ୍ଟ ଥିବାର ଜଣାପଡିଛି. ସେ ମଧ୍ୟ ଠିକାଦାର ଙ୍କ ଠାରୁ କମିଶନୀ ନବାର ନଜିର ଥିବାର ଜଣା ପଡିଛି. ଏସବୁ ଦେଖି ଭୁବନେଶ୍ୱର ଭିଜିଲାନସ ବିଭାଗ ତରଫରୁ ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଆଜି ଖୋର୍ଦ୍ଧା କ୍ଷୁଦ୍ରଜଳସେଚନ ଅଫିସ ରେଥିବା ନିର୍ବାହୀ ଯନ୍ତ୍ରୀ ମନୋଜଦାସ ଙ୍କ ଚାମ୍ବର ରେ ଚଢ଼ାଉ କରିଥିଲେ. ଏହି ଚଢ଼ାଉ ଏକକାଳୀନ ମନୋଜ ଦାସ ଙ୍କ ପୈତୃକ ଘର ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କରେ ଚଢ଼ାଉ ଜାରି ରଖିଛନ୍ତି. ଏହି ଚଢ଼ାଉ ସମୟରେ ମନୋଜ ଦାସ ଙ୍କ ପାଖରୁ ଆୟ ବହିର୍ଭୁତ ସମ୍ପତି ମଧ୍ୟ ଜବତ କରିଛନ୍ତି. ଏଠି କହିରଖିବାକୁ ଚାହୁଁ ଯେ ଜଣେ ନିର୍ବାହୀ ଯନ୍ତ୍ରୀ ଦୁଇବର୍ଷ ହେଲା ଖୋର୍ଦ୍ଧା ଆସି କିଭଳି ଏତେ ପରିମାଣ ରା ସମ୍ପତି କଲେ ତାହା ଏବେ ସମସ୍ତ ଙ୍କ ମନରେ ପ୍ରଶ୍ନ ଆସୁଛି ।