ଢେଙ୍କାନାଳ କୃଷକ ସାଥି ମହାସଂଘର ବୈଠକ

ଢେଙ୍କାନାଳ(ଶୁଭମ ପାଣି) – ଅଦ୍ୟ ତା.୦୪ / ୧୨ / ୨୦୨୨ ରିଖ ( ରବିବାର ) ଦିବା ୧୦.୩୦ ମି . ସମୟରେ ସ୍ଥାନୀୟ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ କୃଷକ ସାଥି ମହାସଂଘର ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସନାଦିନ ସାହୁଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକର କୃଷକ ସାଥିମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଆଲୋଚନା କରାଗଲା ଯେ , ଜିଲ୍ଲାର ସମସ୍ତ କୃଷକ ସାଥି ଭାଇ ଓ ଭଉଣୀ ମାନେ ଏକାଠି ହୋଇ ଜିଲ୍ଲା ସ୍ତରରେ ସଂଯୁକ୍ତ ଓ ମଜୁଭୁତ୍ କରି ରାଜ୍ୟକୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ ବୋଲି ସଂଘ ତରଫରୁ ସଂକଳ୍ପ ନିଆଯାଇଥିଲା । ଏବଂ ଶ୍ରୀଯୁକ୍ତ ଅମରଯୋତି ସିଂହଦେଓଙ୍କୁ ଉପଦେଷ୍ଟା ଭାବେ ସ୍ଥିର କରାଯାଇଥିଲା । ଦିର୍ଘ ୧୬ ବର୍ଷ ହେବ କୃଷକ ସାଥି ଭାଇ ଓ ଭଉଣୀ ମାନେ କାର୍ଯ୍ୟରତ ସରକାରଙ୍କ ସହିତ କୃଷି ବିଭାଗରେ ସମସ୍ତ କାର୍ଯ୍ୟ ପଞ୍ଚାୟତ ସ୍ତରରେ କାମ କରିଆସୁଛନ୍ତି , କିନ୍ତୁ ସରକାର ଆମ୍ଭ କୃଷକ ସାଥିଙ୍କ ବିଷୟରେ ବିଧାନ ସଭାରେ ପଦେହେଲେ ଉପସ୍ଥାପନା ଦେଇନାହାଁନ୍ତି । ଜିଲ୍ଲାର କୃଷକ ସାଥି ଭାଇ ମାନେ ଆଲୋଚନା କରି ସରକାରଙ୍କ ବିରୁଧରେ ଭାଇମାନେ ଆଲୋଚନା କରି ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନିଆଗଲା । ସଭା ଶେଷରେ ସଭାପତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଗଲା । ଏହି ସଭାରେ ସନାତନ ସାହୁ , ଗୋରଖ ପ୍ରସାଦ ଦାଶ , ରଘୁନାଥ ଜେନା , ରଂଜନ ବିଶ୍ୱାଳ , ବିଜୟ କୁମାର ରାଉତ , ରଘୁନାଥ ଜେନା , ପ୍ରଭାକର ନାୟକ , ବିଜୟ କୁମାର ରାଉତ , ସନ୍ତୋଷ କୁମାର ଲେଙ୍କା , ଅରୁଣ କୁମାର ସାହୁ , ବାବୁଲି କୁମାର ସାହୁ ଓ ଅମିୟ କୁମାର ଦାଶ ଓ ଅନ୍ୟ ସମସ୍ତ କୃଷକ ସାଥିମାନେ ଉପସ୍ଥିତ ଥିଲେ ।