ଟାଙ୍ଗୀ:- ବିହାରୀ ମତ୍ସ୍ୟଜୀବୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ଜଣକର ସନ୍ଦେହ ଜନକ ମୃତ୍ୟୁ ଆଉ ଜଣେ ଗୁରୁତର

ଟାଙ୍ଗୀ:-୨୪/୧୧(ବିନୁ ଦାସ୍)- ଚିଲିକାରେ ମାତିଲେ ଜଳ ଦସ୍ୟୁ…. ଜଳ ଦସ୍ୟୁଙ୍କ ଆକ୍ରମଣରେ ବିହାରୀ ଯୁବକ ମୃତ୍ୟୁ .. ମୃତ ଯୁବକର ନାମ ଡବ୍ଲୁ ସାନି.। ବୟସ ୩୦ ବର୍ଷ ଘର ବିହାର କଟିୟାର ଜିଲ୍ଲା ବର ଗାଁ ଅଂଚଳରେ ବୋଲି ଜଣା ପଡିଛି ମୃତ ବିହାରୀ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଜରିପଡା ଚିଲିକା ସାହିର ମାଛ ମହାଜନ ଦୀପକ କୁମାର ପ୍ରଧାନ ଚିଲିକାରେ ମାଛ ମାରିବା ପାଇଁ ଆଣିଥିଲେ ଡବ୍ଲୁ ସାନି ନିଜ ବାପାଙ୍କ ସହ ଚିଲିକାରେ ମାଛ ମାରି ମାଛକୁ ମହାଜନ ଦୀପକ ପ୍ରଧାନଙ୍କୁ ଦେଇଥାନ୍ତି ତେବେ ବୁଧବାର ମାଛ ମାରିବା ପାଇଁ ଚିଲିକାରେ କଣ୍ଟା ପକାଇ ମାଛ ମାରୁଥିବା ବେଳେ କେତେକ ଲୋକ ଡଙ୍ଗାରେ ଆସି ଜୋର୍ ଜବର ଦସ୍ତ ମାଛ ନେଇ ଯାଇଥିଲେ ତେବେ ଡବ୍ଲୁ ସାନି ପ୍ରତିରୋଧ କରିବାରୁ ଜଳ ଦସ୍ୟୁଙ୍କ ଆକ୍ରମଣରେ ଡବ୍କୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଡବ୍କୁର ପିତା। ଘଟଣା ଟି ସମ୍ବେଦନଶୀଳ ହୋଇଥିବାରୁ ଟାଙ୍ଗୀ ଥାନଧିକାରୀ ଦିଗ୍ ବିଜୟ ବିଶ୍ୱାଳ ଘଟଣା ସ୍ଥଳରୁ ଗତକାଲି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ପୁନର୍ବାର ଗୁରୁବାର ସନ୍ଧ୍ୟା ସମୟରେ କାଳୁପଡ଼ା ଘାଟ ରେଳବାଇ ଫାଟକ ନିକଟରେ ଶହ ଶହ ବିହାରୀ ମତ୍ସ୍ୟଜୀବୀ ଜଣେ ବିହାରୀ ର ମୃତ୍ୟୁ ପ୍ରତିବାଦରେ ଏବଂ ଭୟରେ ନିଜ ରାଜ୍ୟ କୁ ଫେରିବାକୁ ବସିଥିବା ବେଳେ ପୁନର୍ବାର ମତ୍ସ୍ୟଜୀବୀ ମାନଙ୍କ ଉପରେ ମାଛ ମାଫିଆ ମାନେ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁଇ ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଆହତ ରେଳବାଇ ଫାଟକ ନିକଟସ୍ଥ ଟ୍ରେନ ଲାଇନ ମଝିରେ ଅଚେତ ହୋଇ ଗୁରୁତର ଆହତ ଅବସ୍ଥାରେ ପଡ଼ି ରହିଥିଲା।ଘଟଣା ସ୍ଥଳରେ ଟାଙ୍ଗୀ ଥାନଧିକାରୀ ଙ୍କର ନିର୍ଦ୍ଦେଶ ମୁତାବକ ପୋଲିସ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିବା ସହିତ ଅନ୍ୟ ବିହାରୀ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ଅପର ପକ୍ଷରେ ସ୍ଥାନୀୟ ଜନସାଧାରଣ ଏଭଳି ଘୃଣ୍ୟ ଏବଂ ନୃଶଂସ କାର୍ଯ୍ୟ କୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀ ମାନଙ୍କ ପ୍ରତି କଡା ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।