ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଗାଦୀରେ ଦୁଇ ସାଧୁଗୋଷ୍ଟୀ ମଧ୍ୟରେବିବାଦକୁ ନେଇ ପ୍ରଶାସନ ତରଫରୁ ବୁଲଡୋଜର ଲଗାଇ ଅଖଣ୍ଡବତୀ ମନ୍ଦିର,ଧୂନୀ ମନ୍ଦିର ଏବଂ ଟୁଙ୍ଗି ଘରକୁ ମାଟିରେ ମିଶାାଇ ଦିଆଯାଇଛି । ଫଳରେ ସାଧୁ ସନ୍ୟାସୀମାନେ ଖୋଲା ଆକାଶ ତଳେ ଶୀତ କାକରରେ ପଡିରହିଛନ୍ତି । ଏହାକୁ ନେଇ କଂଗ୍ରେସ ତରଫରୁ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କୁ ଭେଟିବା ସହିତ ସାଧୁମାନଙ୍କୁ ଥଇଥାନ କରିବାକୁ ଦାବୀ କରାଯାଇଛି ।ସାଧୁ ମାନଙ୍କୁ ସାମାଜିକ ସମ୍ମାନ ଏବଂ ମାନବିକତାର ପରିଚୟ ଦେଇତୁରନ୍ତ ଥଇଥାନ କରିବାକୁ କଂଗ୍ରେସ କମିଟିର ସଭାପତି ସରୋଜ କୁମାର ପାତ୍ର. ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଙ୍କ ସହିତ ଅନ୍ୟମାନେ ଜିଲ୍ଳାପାଳଙ୍କ ନିକଟରେ ଦାବୀ କରିଛନ୍ତି ।