ବିଜେଡ଼ି କର୍ମୀ ହୋଇ ବିଜେଡି କେବିନେଟ ମନ୍ତ୍ରୀଙ୍କୁ ଘୃଣ୍ୟ ବ୍ୟବହାର।

କଲନରା/ରାୟଗଡ଼ା-୨୩/୧୧ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିଜେଡି ଦଳରେ ଅସନ୍ତୋଷ ଦେଖା ଦେଇଛି। ଆଜି ସକାଳେ ହଜାର ହଜାର ବିଜେଡି କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରି, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଧବ୍ଲେଶ୍ୱର ନାଇଡୁଙ୍କ ନେତୃତ୍ୱରେ କୋଲନରା ସହରର ଶିବ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ପ୍ରଥମେ ସମବାୟ କାର୍ଯ୍ୟାଳୟକୁ ଯାଇ ସେଠାରେ ସମବାୟ ଅଧିକାରୀଙ୍କ ନିକଟରେ ପ୍ରତିବାଦ କରି ଥିଲେ, ସେଠାରୁ ପଞ୍ଚୟାତ୍ ସମିତି କାର୍ଯ୍ୟାଳୟ କୁ ଚାଲି ଚାଲି ଯାଇ ସେଠାରେ ବିଡ଼ିଓଙ୍କ ନିକଟରେ ପ୍ରତିବାଦ ଜଣାଇ ଥିଲେ। ବିଜେଡି ଦଳର ପ୍ରମୁଖ କେବିନେଟ ଆଇନ ଓ ଅନୁସୂଚୀତ ଜନ ଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ବାନଗଡ ତିରୁପତି ନାମକ ବିଜେଡି କର୍ମୀ ଆକ୍ଷେପ କରିଥିଲେ। ଏଥି ଯୋଗୁଁ ଅଭ୍ୟନ୍ତରୀଣ ବିଜେଡି ଦଳର କର୍ମୀ ମାନଙ୍କ ଆକ୍ରୋଶ ଓ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିବା ଅନୁଯାୟୀ ବାନାଗଡି ତିରୁପତି କେବିନେଟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଖରାପ ବ୍ୟବହାର କରିବାରୁ କୋଲନରା ବ୍ଲକର ୧୭ ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଓ ବିଜେଡି କର୍ମୀ ମାନେ କ୍ଷୁବଧ ହେଇ ଥିବା ଦେଖା ଦେଇଛି ।