ଟିକିରି ରେଳଷ୍ଟେସନ ରେ ସମଲେଶ୍ଵରୀ ଟ୍ରେନ ରହଣି ପାଇଁ ଦାବିପତ୍ର ଦେଲାପରେ ମଧ୍ୟ ଟ୍ରେନ ନରହିବାରୁ ଆସନ୍ତା ନଭେମ୍ବର ୨୦ ତାରିଖ ସୁଧା ସମାଧାନ ନହେଲେ ୨୩ ତାରିଖ ରେ ରେଳରୋକ ପାଇଁ ସଜବାଜ।

ଟିକିରୀ,୦୫/୧୧(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା ର ଟିକିରି ହେଉଛି ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ଟିକିରି ଷ୍ଟେସନରେ ଦୈନିକ ଶହଶହ ଲୋକ ଯିବା ଆସିବା କରନ୍ତି।ହେଲେ କୋରନା ପରଠାରୁ ସମଲେଶ୍ଵରୀ ଟ୍ରେନ ରହଣି ନାହିଁ।ଯଦ୍ବାରା ଅଞ୍ଚଳର ଅନେକ ଲୋକ ଅସୁବିଧାରେ ପଡୁଛନ୍ତି।ବାରମ୍ବାର ରେଳ ବିଭାଗକୁ ଜଣାଇଲା ପରେ କେହି କର୍ଣପାତ କରୁନାହାନ୍ତି।ଏହାକୁ ନେଇ ଗତ ଅଗଷ୍ଟ ମାସରେ ଟିକିରି ଅଞ୍ଚଳର ବୁଧିଜୀବୀ ରାଜନେତା ଜନତା ରେଳ ରୋକ କରିବାକୁ ଆଲୋଚନା ହୋଇଥିଲା ବିଭାଗିୟ ଅଧିକାରୀ ଖୁବଶିଘ୍ର ସମାଧାନ ହେବବୋଲି ପ୍ରତିସୃତି ଦେଇରୁ ତାହା ସ୍ଥଗିତ ରହିଥିଲା ।ଦିର୍ଘଦିନ ପରେ ସମାଧାନ ନହେବାରୁ ପୁଣିଥରେ ଆଲୋଚନା ହୋଇଥିଲା।ଆଜିର ଆଲୋଚନା ରେ ଟିକିରି ମୁଖ୍ୟ ରାସ୍ତାରୁ ଷ୍ଟେସନ ପର୍ଯ୍ୟନ୍ତ ନୂଆଁ ରାସ୍ତା ତିଆରି ଓ ଆଲୋକିକରଣ କରାଯାଉ ଓ ସମଲେଶ୍ଵରୀ ଟିକିରି ଷ୍ଟେସନରେ ରହଣି ଉପରେ ଆଲୋଚନା ହୋଇଥିଲା ।ଆସନ୍ତା ତାରିଖ ସୁଧା ଯଦି ଟିକିରି ଷ୍ଟେସନରେ ସମଲେଶ୍ଵରୀ ନରହେ ତାହେଲେ ୨୩ତାରିଖ ରେ ରେଳରୋକ କରାଯିବ ବୋଲି ଗୈରାଙ୍ଗ ସାହୁ,ବିନଦ ନାଏକ,ବ୍ଲକ ଅଧ୍ୟକ କଣ୍ଠମାଝୀ,ଟିକିରି ସରପଞ୍ଚ ଜଗବନ୍ଦୁ ମାଝୀ,ଝିଝୁରୁ ମାଝୀ ଓ ଅନ୍ୟମାନେ କହିଛନ୍ତି।