ରାଜଗାଙ୍ଗପୁର,(ମନୋଜ ଭୋଳ) :-ସରକାର ଶିକ୍ଷା କ୍ଷେତ୍ର ରେ ଉନ୍ନତି ଦିଗରେ ବିଦ୍ୟାଳୟ ଗୁଡିକ କୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟ ମାନଙ୍କ ରେ ମଧ୍ୟାହ୍ନ ଭୋଜନ କିଭଳି ଠିକ୍ ଭାବରେ ପ୍ରଦାନ କରାଯିବ ସେ ନେଇ ବିଦ୍ୟାଳୟ ମାନଙ୍କ ରେ ନିର୍ଦେଶ ଦିଆଯାଇଛି | ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମ ପଞ୍ଚାୟତ ସ୍ଥିତ ରନ୍ଥୁପଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟ ରେ ଗତ ତିନିମାସ ହେବ ବିଦ୍ୟୁତ୍ ପ୍ରଭା ବେହେରା ନାମକ ଜଣେ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଦଣ୍ଡ ମୁକ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ସେ ମାଡ଼ ମାରୁଥିବା ର ଅଭିଯୋଗ ହେଉଛି |ଏହା ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅବହେଳା ଦେଖା ଦେଉଛି |ବିଦ୍ୟାଳୟ ର ଛାତ୍ରୀ ମାନଙ୍କ କହିବା ଅନୁଯାଇ ସେମାଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିନା କାରଣ ଓ ପାଠ ବୁଝି ନପାରି ପଚାରିବାରୁ ମଧ୍ୟ ବାଡ଼ି ଧରି ମାଡ଼ ମାରୁଛନ୍ତି | ଏହା ସହ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ମଧ୍ୟ ଅବହେଳା କରାଯାଉଛି |ଏମିତିକି ବେଳେ ବେଳେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା ର ମଧ୍ୟ ଅଭିଯୋଗ ହୋଇଛି | ଏହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ପରିବାର ଲୋକ ଏବଂ ଗ୍ରାମ ବାସି ଆଜି ସ୍କୁଲ ପରିସର ରେ ବସିଥିବା ଦେଖିବାକୁ ମିଳିଥିଲା | ବିଦ୍ୟାଳୟ ର ସି ଆର ସି ଆସିବା ପରେ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କୁ ବୁଝା ସୁଝା କରି କ୍ଳାସ କୁ ନେଇଥିବା ବେଳେ ଏ ଅଭିଯୋଗ ତାଙ୍କ ନିକଟକୁ ଆଗରୁ ମଧ୍ୟ ଆସିଛି ଓ ଏ ନେଇ ସେ ଅଫିସ ରେ ଲିଖିତ ଜଣାଇଛନ୍ତି | ବିଦ୍ୟାଳୟ ପରିସରରେ ରାଜଗାଙ୍ଗପୁର ବି ଇ ଓ ପହଞ୍ଚିବା ସହ ଏ ନଅଭିଯୋଗ କୁ ଭିତ୍ତି କରି ସେ ତଦନ୍ତ କରିବେ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି | ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଙ୍କୁ ଅଭିଭାବକ ମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ନେଇ ଦାବି କରିଛନ୍ତି | ଏ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ।