ରାୟଗଡ,୧/୧୧(ପ୍ରଫୁଲ୍ଲ କୁମାର ବେହେରା) :- ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧ୍ୟାଦେଵ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ଏସପି ବିବେକାନନ୍ଦ ଶର୍ମା, ମୁନିସିପାଲିଟି ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଭିଜିଲାନ୍ସ ଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ରବିନାରlୟଣ ତ୍ରିପାଠୀ, ମୁଖ୍ୟ ଵକ୍ତା ଭାବେ ସରକାରୀ ଓକିଲ ବ୍ରଜସୁନ୍ଦର ନାୟକ,ସମ୍ମାନିତ ବକ୍ତା ଭାବେ ରାୟଗଡ ମହାବିଦ୍ୟାଳୟର ଅଧ୍ୟlପିକା ବବିଲତା ଶ୍ରଫ ପ୍ରମୁଖ ଯୋଗଦାନ କରି ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ଦୁର୍ନୀତି ଏକ ବଡ ବ୍ୟାଧି ଏବଂ ଏହାରି ବିରୋଧରେ ସମାଜର ସବୁସ୍ଥରରୁ ସଙ୍ଘଠିତ ହୋଇ ସଂଗ୍ରାମ କଲେ ଦେଶ ଆଗକୁ ଯିବ ବୋଲିମତଦେଇଥିଲେ l ସମେତ ବରିଷ୍ଠ ଅଧିକାରୀ, ବିଭିନ୍ନ ସଂଗଠନ କର୍ମକର୍ତ୍ତା, ସ୍ୱୟଂ ସହାୟିକା ମହିଳା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା l
ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପତାକା ଦେଖାଇ ଶୁଭlରମ୍ଭ କରିଥିଲେ l ସ୍ଥାନୀୟ ରାୟଗଡ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ଆଇଟିଆଇ ଆଦି ଅନୁଷ୍ଠାନର ଛାତ୍ର ଛାତ୍ରିମାନେ ଯୋଗଦାନ କରି ଦୁର୍ନୀତି ବିରୋଧରେ ସଚେତନତା ମୂଳକ ସ୍ଲଗାନ ଦେଇ ଗଜପତି ଛାଜରୁ ସ୍ଥାନୀୟ ସଂସ୍କୃତି କାର୍ଯ୍ୟlଳୟ ପର୍ଯ୍ୟନ୍ତ ଯାଇଥିଲେ l ବୈଠକ ପ୍ରାରମ୍ଭରେ ରାୟଗଡା ଏସପି ଉପସ୍ଥିତ ସଭିଙ୍କୁ ଶପଥ ପାଠ କରାଇଛଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନେଇ ଛତ୍ରଛାତ୍ରିଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ଓ କର୍ମକର୍ତ୍ତା, ସ୍ଵୟଂ ସାହାୟକ ଗୋଷ୍ଠୀର ସଦସ୍ୟମାନେ, ଜିଲ୍ଲା ସ୍ଥରୀୟ ଅଧିକାରୀ ଆଦି ଯୋଗଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିଵlରଣ ସୁରେନ୍ଦ୍ର ନାଥ ରାୟଗଉରୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।