ଢେଙ୍କାନାଳ,(ଶୁଭମ ପାଣି) – ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି l ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି l ସେଦିନ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୁତ୍ତମାନେ 22,17,900 ଟଙ୍କା ଲୁଟି ନେଇଥିଲେ l ମାତ୍ର ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ 2ଲକ୍ଷ 56 ହଜ଼ାର ଟଙ୍କା ଉଦ୍ଧାର ହୋଇଛି l ଲୁଟଟରେ ବ୍ୟବହୃତ ଲୁହା ଛେଣି ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ ମଧ୍ୟ ଜବତ ହୋଇଛି l ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ l ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି l