ଟାଟା ବିଦ୍ୟୁତ ବିଭାଗ ଦ୍ୱାରା ଶିକାରପାଇ ପଞ୍ଚାୟତ କୁ ଆଦର୍ଶ ବିଦ୍ୟୁତ ଗ୍ରାମ ଭାବେ ଘୋଷଣା |

କଲ୍ୟାଣସିଂହପୁର/ରାୟଗଡ଼ -୨୩/୧୦(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ପଞ୍ଚାୟତକୁ ଟାଟା ବିଦ୍ୟୁତ ଶକ୍ତି କମ୍ପାନୀ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକରେ ଶିକାରପାଇ ଗ୍ରାମକୁ ଆଦର୍ଶ ବିଦ୍ୟୁତ ଗ୍ରାମ ଭାବେ ଗ୍ରହଣ କରାଯିବ ବୋଲି ନିମ୍ନ ଉପସ୍ଥିତ ଅଧିକାରୀଙ୍କ ଦ୍ୱାରା ନିଷ୍ପତ୍ତି ହୋଇଛି।ଏଥରେ ସରପଞ୍ଚ ଚୈତନ୍ୟ ମିଣିଆକା,ନାଏବ ସରପଞ୍ଚ ପୁଷ୍ପା ରାଣୀ ରୁଷିଶୃଙ୍ଗ,ଏସଡ଼ିଓ ଆଲୋକ ଖୁଣ୍ଟିଆ,ଟିମ ଲିଡ଼ର ଅମନ କୁମାର, ଯନ୍ତ୍ରୀ ବିକ୍ରମ କେଶରୀ ସାହୁ, ପିଇଓ ପ୍ରଶାନ୍ତ କୁମାର ସାହୁ ମଞ୍ଚାସିନ ହୋଇଥିଲା ପଞ୍ଚାୟତର ସମସ୍ତ ଓ।ର୍ଡର ମେମ୍ବର ମାନଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।ଏହି ପଞ୍ଚାୟତକୁ ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ଉପଭକ୍ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।ସମସ୍ତ ବିଜୁଳି ଉପଭକ୍ତା ମନେ ନିଜ ନିଜର ବିକେୟା ବିଲକୁ ଅନ ଲାଇନ ମାଧ୍ୟମରେ ପୈଠ କଲେ କିଛି ରିହାତି ମିଳିବ।ବିଜୁଳି ତାର ଓ ଖୁଣ୍ଟ ଟ୍ରାନ୍ସଫର୍ମର କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ଲୋ ଭଲ ଟାଜ ରୁ ମୁକ୍ତି ମିଲିବ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ହୁକ ପକାଇଲେ ବିପଦକୁ ଡାକି ଆଣି ଜୀବନ ଚାଲିଯିବା ସମ୍ଭାବନା ରହିଛି।ପଞ୍ଚାୟତରେ ବିଦ୍ୟୁତ ବିଭାଗ ପକ୍ଷରୁ ସମାଧାନ କେନ୍ଦ୍ର ମାଧ୍ୟମରେ ଉପଭକ୍ତାଙ୍କ ସମସ୍ୟାକୁ ସହଜରେ ସମାଧାନ କରିହେବ।ବିଲ ପ୍ରଦାନରେ ବିବାଦ ମୁକ୍ତ ରଖାଯିବ, ବିଲ ଆଦାୟ ସମୟରେ ଉପଭକ୍ତା ମନେ ସହଯୋଗ କରିବେ।ବିକେୟା ବିଲ ମୁକ୍ତ କରିବା ପାଇଁ ଚେଷ୍ଟା କରିବା।ଅଯଥାରେ ବିଜୁଳିକୁ ଅପବ୍ୟବହାର ନକରି ଅଧିକ ବିଲରୁ ମୁକ୍ତି ପାଇବା।ବିଜୁଳିକୁ ସଂରକ୍ଷିତ କରିବା ପାଇଁ ଅଧିକ ବିଜୁଳି ଜଳିବା ନାହିଁ ବୋଲି ଲୋକଙ୍କୁ ସଚେତନତା ସୃଷ୍ଟି କରିବା।ବିଭିନ୍ନ ସମୟରେ ବିଜୁଳି ତାରରୁ ବାରା ହରିଣ ଯନ୍ତୁ ଶିକାର ପାଇଁ ଲଗା ଯାଉଥିବା ଶିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିକଟସ୍ଥ ବିଦ୍ୟୁତ କିମ୍ବା ବନ ବିଭାଗ କୁ ଜଣାଇବା।ପ୍ରାଥମିକ ପର୍ଯ୍ୟାୟରେ ଏହି ପଞ୍ଚାୟତକୁ ଆଦର୍ଶ ପଂଚାୟତ ଗ୍ରହଣ କରାଯାଇଛି।ପରବର୍ତ୍ତୀ ସମୟରେ ବ୍ଲକରେ ସମସ୍ତ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତ କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ।