ବିଶ୍ୱ ହାତଧୂଆ ଦିବସ ପାଳିତ

ରାୟଗଡ଼, ୧୫/୧୦(ପ୍ରଫୁଲ୍ଲ କୁମାର ବେହେରା) :ସାରା ବିଶ୍ୱରେ ହାତଧୂଆ ମାଧ୍ୟମରେ ସ୍ୱାସ୍ଥ୍ୟରକ୍ଷାକୁ ନେଇ ସଚେତନତା ବଢ଼ିବାରେ ଲାଗିଛି । ବିଶ୍ୱ ହାତଧୂଆ ଦିବସ ଅବସରରେ ରାୟଗଡ଼ ଜିଲ୍ଲାରେ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଦ୍ୟାଳୟରେ ବିଶ୍ୱ ହାତଧୂଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱ ହାତଧୂଆ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ କରୋନା ପରବର୍ତ୍ତୀ ସମୟରେ ହାତଧୂଆ ଅଭ୍ୟାସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାତଧୂଆର ଅଭ୍ୟାସ ଦ୍ୱାରା ଅନେକ ସଂକ୍ରମଣ ରୋଗର ସଂକ୍ରମଣ
ହେବାର ସମ୍ଭାବନା କମିଯିବା ସହିତ ସ୍ୱାସ୍ଥ୍ୟରକ୍ଷାର ଏକ ଉତ୍ତମ ଅଭ୍ୟାସକୁ ନେଇ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ବିଦ୍ୟିାଳୟରେ ହାତଧୂଆ ପ୍ରଣାଳୀକୁ ଶିକ୍ଷକ, ଛାତ୍ରଛାତ୍ରୀ
ପ୍ରମୁଖ ଅଭ୍ୟାସ କରିଥିଲେ । ଆସନ୍ତା ଏକମାସ ଧରି ବିଦ୍ୟାଳୟରେ ହାତଧୁଆକୁ ଗୁରୁତ୍ୱର ସହିତ ଅଭ୍ୟାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର
ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ସଂଜୀବ କୁମାର ପାଢ଼ୀ,ବରିଷ୍ଠ ବୈଷୟିକ ପରାମର୍ଶଦାତା,ସମଗ୍ର ଶିକ୍ଷା ପରିଚାଳନା କରିଥିଲେ । ୟୁନିସେଫ-ଭାରତ ଜ୍ଞାନ ବିଜ୍ଞାନ ସମିତି ତରଫରୁ ଏହି କାର୍ଯ୍ୟକ୍ରମ
ଯେପରି ଜିଲ୍ଲାସ୍ତରରେ ସକ୍ରିୟ ଭାବରେ ସ୍କୁଲ ସ୍ତରରେ ପାଳନ କରାଯାଇପାରିବ, ଜିଲ୍ଲା ସଂଯୋଜକ ନିହର ରଞ୍ଜନ ପାଢ଼ୀ ସଂଯୋଜନା କରିଥିଲେ l