ଢେଙ୍କାନାଳ,୦୮/୧୦(ଶୁଭମ ପାଣି) : ଆଜି ଦଧିବାମନ ମଠ ଠାରେ ୟୁକୋ ବ୍ୟାଙ୍କରୁ ଅବସର ପ୍ରାପ୍ତ କର୍ମଚାରୀଙ୍କର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଗଲା । ଏଥରେ ପେନ୍ସନ୍ ର ସଂଶୋଧନ , ମେଡିକାଲ ଇନସୁରାନ୍ସରେ ଅଗ୍ରାଧିକାର ଓ ସମୁଦାୟ ଅର୍ଥରେ ଅସାମଞ୍ଜସ୍ୟରେ ଥିବା ତୃଟି ଦୂରିକରଣ ବିଷୟରେ ଆଲୋଚନା କରାଗଲା । ମେଡିକେମର ର ଅର୍ଥ ଓ ତାର ଉପଯୋଗ ବିଷୟରେ ବିଷଦ ଭାବରେ ସଭ୍ୟ ମାନଙ୍କୁ ଅବଗତ କରାଗଲା । ୧୯୯୩ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ପେନ୍ସନ୍ର ସଂଶୋଧନ ହୋଇ ନଥିବାରୁ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଅତିଶୀଘ୍ର ସମାଧାନ କରିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସଭାରେ ଶ୍ରୀ ପ୍ରମୋଦ କୁମାର ମିଶ୍ର , ପ୍ରଦୀପ କୁମାର ମିଶ୍ର , ଅନନ୍ତ ଚରଣ ହୋତା , ଯୋଗୀନାଥ ମଲ୍ଲିକ , ମୂରଲୀଧର ନାଥ , ଧର୍ମାନନ୍ଦ ବେହେରା , ବିରଂଚି ନାରାୟଣ ଷଢ଼ଙ୍ଗୀ , ସୁଧାକର ପଣ୍ଡା ଓ ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟରେ ପରିଚାଳନା ଓ ସହଯୋଗ କରିଥିଲେ ।