ରାୟଗଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ସଂଘର ପ୍ରତିଷ୍ଠା ଦିବସ ସହ ବିଜୟ ଦଶମୀ ଉତ୍ସବ ପାଳନ

ରାୟଗଡ଼ା:୦୨/୧୦(ପ୍ରଫୁଲ୍ଲ କୁମାର ବେହେରା) : ଶନିବାର ଦିନ ରାୟଗଡା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ବିଜୟ ଦଶମୀ ଉତ୍ସବ ବହୁ ଆଡମ୍ବର ସହ ପାଳନ କରାଯାଇଅଛି । ଏହି ଉପଲକ୍ଷେ ପୂର୍ବାହ୍ନ ୧୧ ଘଟିକା ସମୟରେ ରାୟଗଡା ଜିଲ୍ଲା ରେ ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସ୍ଵୟଂସେବକ ତଥା କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ରାୟଗଡ଼ା ସହର ସ୍ତିତ ସଂଘ କାର୍ଯ୍ୟାଳୟ ରୁ ଘୋଷ୍ ବାଦ୍ୟ ସହିତ ସଞ୍ଚଲନ ବାହାରି ସହର ପରିକ୍ରମା କରିଥିଲେ। ମଧ୍ୟାହ୍ନ ୧୨ ଘଟିକା ସମୟରେ କପିଳାସ ହଟେଲ ଲାଇନ୍ ନ୍ୟୁକଲୋନୀ ରେ ଥିବା ପଡ଼ିଆରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗ ର ଶତାବ୍ଦୀ ବିସ୍ତାରକ ପ୍ରଭାତ ମହାପାତ୍ର ରାୟଗଡ ସହ ଜିଲ୍ଲା କାର୍ଯ୍ୟବାହ ସ୍ଵର୍ଗତ ଶ୍ୟାମ ସୁନ୍ଦର ମାଣ୍ଡାଙ୍ଗିଙ୍କ ଗତ ୨୭/୦୯/୨୦୨୨ ତାରିଖ ଦିନ ସ୍ଵର୍ଗ ବାସ କରିଥିବାରୁ ତାଙ୍କର ଆମର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଶୋକ ପ୍ରସ୍ତାବ ରଖିଥିଲେ ଏବଂ ସ୍ଵର୍ଗତ ମାଣ୍ଡାଙ୍ଗିଙ୍କ ଆମର ଆତ୍ମା ସଦଗଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ମାନନୀୟ ଜିଲ୍ଲା ସଙ୍ଗ ଚାଳକ ଶ୍ରୀଯୁକ୍ତ ନନ୍ଦି କେଶ୍ଵର ଚୌଧୁରୀ, ରାୟଗଡ ନଗର ସଙ୍ଗ ଚାଳକ ଶ୍ରୀଯୁକ୍ତ ପ୍ରମୋଦ ମହାନ୍ତି, ମୁଖ୍ୟ ଅତିଥି ଭାବେ ସିନ୍ଧି ସମାଜର ସମ୍ପାଦକ ଶ୍ରି ଇନ୍ଦ୍ରଦାସ ପୁନ୍ଦରାମି ଏବଂ ଆଜିକାର ମୁଖ୍ୟ ବକ୍ତା ସଂଘର କଳାହାଣ୍ଡି ବିଭାଗର କାର୍ଯ୍ୟବାହ ଶ୍ରୀଯୁକ୍ତ ମୁରଲୀ ଧର ବେହେରା ସଂଘର ପ୍ରତିଷ୍ଠା ଏବଂ ବିଜୟ ଦଶମୀ ଉତ୍ସବ ପାଳନ ର ମହତ୍ତ୍ଵ ଉପରେ ମତ ରଖିଥିଲେ।ଜିଲ୍ଲା ଆବାହକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ବ୍ୟକ୍ତି ଗତ ଗୀତ ଶ୍ରୀମାନ ସମୀର ପଟ୍ଟନାୟକ ପରିବେଶଣ କରିଥିଲେ। ଶ୍ରୀମାନ ବଂଶୀଧର ମହାପାତ୍ର ଅମୃତ ବଚନ ଉପସ୍ଥାପନ କରିଥିଲେ। ରାୟଗଡ଼ା ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ, ଜିଲ୍ଲା ସେବା ପ୍ରମୁଖ ଶ୍ରୀଯୁକ୍ତ ବାମ ଦେବ ପଟ୍ଟନାୟକ , ଜିଲ୍ଲା ବ୍ୟବସ୍ଥା ଶ୍ରୀଯୁକ୍ତ ସୁଶାନ୍ତ ସୁବୁଦ୍ଧି ଏବଂ ନଗର ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ମାଲେଶ୍ୱର ପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।