ମୁନିଗୁଡା ବ୍ଲକରେ ଆଜି ମା ଙ୍କ ବାଲିଯାତ୍ରାମାନ ଅନୁଷ୍ଠିତ ହୋଇଯାଇଛି

ମୁନିଗୁଡା -୧୮/୦୯: (ପ୍ରଫୁଲ୍ଲ କୁମାର ବେହେରା): ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଭିନ୍ନ ସ୍ଥାନରେ ଭୈରବୀ,କଲରାଶୁଣୀ ଓ ଦଣ୍ଡଭୈରବୀ ମାଙ୍କର ପ୍ରତିବର୍ଷ ପରି ଚଳିତ ବର୍ଷ ଵାଲିଯାତ୍ରା ଅନଷ୍ଠିତହୋଇଯାଇଅଛି ।ଏହି ଅବସରରେ କିଛିଦିନ ହେଵ ମାଙ୍କ ଝାମୁଯାତ୍ରା ନିମନ୍ତେ ପୂଜାର୍ଚନା ସହିତ ଦୈନିକ ସନ୍ଧ୍ୟାରେ ଵେଜୁ ନାଚ ଆଦି କରାଯାଉଥିବାରୁ ଦର୍ଶକଙ୍କ ଭିଡ ଲାଗି ରହୁଥିଲା।ଆଜି ଭୈରଗଡରେ ମାଭୈରଵୀ ,ଜଗଦଲପୁରରେ ମା କଲରାଶୁଣୀ,ଓ ଆମ୍ଵାଦଳାରେ ମା ଦଣ୍ଡ ଭୈରଵୀ ଙ୍କର ଆଜି ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା ଏଵଂ ପରେ ମାଙ୍କ ପିଠମାନଙ୍କରେ ମାଙ୍କ ଅବତାରରେ ପୁଜାରୀ ମାନେ କଣ୍ଟା ଦୋଳିରେ ଝୁଲିସାରିବା ପରେ ନିଆଁମଡା ଯାତ୍ରାହୋଇଥାଏ।ଏହିଯାତ୍ରାରେ ପୂଜାରୀ ଦାଉ ଦାଉ ନିଆଁରେ ଚାଲି ମାଙ୍କ ମହିମା କେତେ ଭକ୍ତଙ୍କୁ ପ୍ରଦର୍ଶନ କରାଇଥିଲେ।