ଟିକିରି,(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଜାଗରଣ ମଞ୍ଚ,ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମାଶକ୍ତୀ ଟ୍ରଷ୍ଟର ମିଳିତ ଉଦ୍ୟମ ରେ ଦୁଇ ଦିନିଆ ସ୍ବେଛାସେବୀ ତାଲିମ ଶିବିର ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଶଙ୍କରଡା ନାଏବ ସରପଞ୍ଚ। ଶ୍ରୀ ପ୍ରବିନ କୁମାର ଟାକ୍ରି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସହୀଦ ବୀର ବିର୍ସା ମୁଣ୍ଡା ଫଟୋ ରେ ପୁଷ୍ପମାଲ୍ଯ ଦେଇ ଦୀପ ପ୍ରଜଳନ କରି ତାଲିମ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୪୫ ରୁ ଉର୍ଦ୍ଧ ସ୍ବେଛାସେବୀ ତାଲିମ ନେଇ ଥିଲେ ସୂଚନା ଥାଉକି ନୂଆଦିଲ୍ଲୀ ଆତ୍ମା ଶକ୍ତି ଟ୍ରଷ୍ଟ, ଓଡ଼ିଶା ଶ୍ରମଜୀବୀ ମଞ୍ଚ ,ମହିଳା ଶ୍ରମଜୀବୀ ମଞ୍ଚ ର ଶାଖା ସଂଗଠନ ଓଡ଼ିଶା ର ୧୭ ଟି ଜିଲ୍ଲା ମାନଙ୍କ ରେ ଗ୍ରାମ କମିଟି ଓ ସ୍ବେଛାସେବୀ ମାନଙ୍କ ସହଯୋଗରେ ମୋ ଚାଟଶାଳୀ କେନ୍ଦ୍ର ଖୋଲି ଶିକ୍ଷା ଦାନ କରିଥିଲେ । ବିଗତ କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷା ବ୍ୟବସ୍ଥା ଭୂଶୁଡି ଯାଇଥିଲା। ସରକାର ଶିକ୍ଷା ପ୍ରଦାନ ନିମନ୍ତେ ଞାନ ବନ୍ଦୁ, ରେଡିଓ , ଦୂର ଦର୍ଶନ, ଅନଲାଇନ, ଶିକ୍ଷକ ଗାଁ କୁ ଯାଇ ପାଠ ପଢାଇବା ପରି ବ୍ୟବସ୍ଥା ଆପଣାଇ ମଧ୍ୟ ସଫଳତା ପାଇ ନଥିଲେ ।
ଓଡ଼ିଶାର ଅନେକ ଗାଁ ରେ ଅଶିକ୍ଷିତ ଗରିବ ଖଟିଖିଆ ଦିନ ମଜୁରିଆ କ୍ଷୁଦ୍ରଚାଷୀ ଘରେ ବିଜୁଳି ଟିଭି ସାମାର୍ଟ ଫୋନ ନେଟୱର୍କ ଆବଶ୍ୟକ ପରିବେଶ ନଥିବାରୁ ପାଠପଢାରେ ବାଧାପ୍ରାପ୍ତ ହୋଇଥିଲା କିଛି ମଧ୍ୟମ ଶ୍ରେଣୀର ପରିବାର ଗାଇ, ଛେଳି ,ଜମି ,ସୁନା ଆଦି ବିକ୍ରି କରି ପିଲା ପାଇଁ ସ୍ମାର୍ଟ ଫୋନ କିଣିଥିଲେ ଓ ଶିକ୍ଷା ପ୍ରତି ଆଗ୍ରହ ଥିବା ପିଲା ସ୍ମାର୍ଟ ଫୋନ କିଣିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଘର କୁ ଶବ ହୋଇ ଫେରିଲେ ଏଣୁ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଲୋକ ସଂଗଠନ ଜନଜାଗରଣମଞ୍ଚ ରାୟଗଡ଼ା ଜିଲ୍ଲାର ୮ ଟି ବ୍ଲକ ରେ ୭୧୫ଟି ଗାଁ ମଧ୍ୟରୁ କାଶିପୁର ବ୍ଲକ ରେ ୧୯୫ ଟି ମୋଚାଟଶାଳୀ କେନ୍ଦ୍ର ଖଳି ୫୪୭୪ ଛାତ୍ର ଛାତ୍ରୀ ଙ୍କୁ କରୋନା ନିୟମ ମାନି ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ଶିକ୍ଷା ପ୍ରଦାନ କରାଯାଉଥିଲା ସ୍ବେଛାସେବୀ କୁ ଅବିଭାବକ ମାନେ ଦୈନିକ ମୁଠାଏ ଚାଉଳ , ଟଙ୍କା ଦେଇ ଗ୍ରାମ କମିଟି ଓ ସ୍ବେଛାସେବୀ ଙ୍କ ସହାୟତାରେ ମୋ ଚାଟଶାଳୀ ମାଧ୍ୟମରେ ପାଠ ପଢ଼ଇଥିଲେ।ସରକାରୀ ବିଦ୍ୟାଳୟ ଖୋଲାଯାଇ ଥିଲେ ମଧ୍ୟ କ୍ଷତି ହୋଇଥିବା ଶିକ୍ଷାର ଭରଣା ଓ ବିଶେଷ କରି ଗାଁରେ ଥିବା ବିଦ୍ୟାଳୟ ଯାଉନଥିବା ଛାତ୍ର ଛାତ୍ରୀ ଙ୍କୁ ଦୃଷ୍ଟି ରେ ରଖି ମୋ ଚାଟଶାଳୀ କେନ୍ଦ୍ର କୁ ଚିରସ୍ଥାୟୀ କରିବା ଲକ୍ଷ୍ୟରେ ସଂଗଠନ ଚିନ୍ତା କରି କରୋନା କରାଳ କୁ ଖାତିରୀ ନ କରି ଶିକ୍ଷା ଦାନ ପାଇଁ ଆଗଭର ହୋଇ ଆସିଥିବା ସ୍ବେଛାସେବୀ ମାନଙ୍କ ପାଇଁ ତାଲିମ ଶିବିର କରି ସମାଜରେ ଦେଖା ଯାଇଥିବା ଜାତି ଧର୍ମ ବର୍ଣ୍ଣ ଦନି ଗରିବ ଊଚନିଚ ଭେଦ ଭାବ ଓ ଅଞ୍ଚଳ ର ସମସ୍ୟା ଯଥା- ରାସ୍ତା ,ପିଇବା ପାଣି ,ଶିକ୍ଷା ,ସ୍ବାସ୍ଥ୍ୟ, ରେସନ କାର୍ଡ, ଇନ୍ଦିରା ଆବାସ ,ପେନସନ ପରି ସରକାରୀ ଜଯୋନା ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସହାୟତା କରିବା ପଲ୍ଲୀସଭା ,ଗ୍ରାମସଭା କୁ କାର୍ଯ୍ୟକାରି କରିବା ,ଜଙ୍ଗଲ ଜମି ,ମନୋରେଗା ଓ ଅଞ୍ଚଳ ବିଭିନ୍ନ ସମସ୍ୟା କୁ ଚିହ୍ନଟ କରି ଟୁଇଟର ,ସୋସିଆଲ ମିଡ଼ିଆ, ଇନଷ୍ଟାଗ୍ରାମ ,ଗଣମାଧ୍ୟମ ଜରିଆରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓଡିଶା ଶ୍ରମଜୀବୀ ମଞ୍ଚର ସଦସ୍ୟ ତାଲିମ ଦାତା ପଞ୍ଚାନନ ପ୍ରଧାନ ତାଲିମ ପ୍ରଦାନ କରିଥିଲେ ।
ସେମାନଙ୍କ ମନୋବଳ ଦୃଢ଼ କରିବା ସମାଜ ସେବା ରେ ମନବଳାଇବା ଯାହା ଫଳରେ ସେମାନେ ଆଗ୍ରହ ପ୍ରକାଶ କରି ବହୁତ ପରିଶ୍ରମ କରି ନିଜ ନିଜର ଗାଁ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଇବା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଳକରେ ଏଭଳି ତାଲିମ ଶିବିର ଆୟୋଜନ କରଯାଇ ପ୍ରଶସା ପତ୍ର (ମାନପତ୍ର ) ପ୍ରଦାନ କରାଯାଇଥିଲା ଏବଂ ସ୍ବେଛାସେବୀ ମଧ୍ୟରେ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା ,ସରଜ ନାଏକ, ସମ୍ଯରଞ୍ଜନ ମାଝୀ, ପଦ୍ମ ଲୋଚନ ମାଝୀ,ରୁବିତା ସାଉନ୍ତା, ସୁକାନ୍ତି ସାଉନ୍ତା, ସେମାନଙ୍କୁ ସମାଜ ଓ ଅଞ୍ଚଳ ରେ ଥିବା ସମସ୍ୟା କିପରି ସରକାର ଙ୍କ ପାଖରେ ପହଞ୍ଚାଇବା ଆଗାମୀ ଦିନ ମାନଙ୍କରେ ରାଜ୍ୟ ସ୍ତରୀୟ ସ୍ବେଛାସେବୀ ସଙ୍ଗଠନ ଗଢିବା ଆଦି କାର୍ଯ୍ୟକ୍ରମରେ ସାମିଲ କରିଯିବ । ଏହି ଦୁଇ ଦିନିଆ ତାଲିମ ଜନଜାଗରଣ ମଞ୍ଚ ର ସଦସ୍ୟ ସଦସ୍ୟା, ଜିଲ୍ଲା ଆଞ୍ଚଳିକ ସଙ୍ଗଠକ ସୀମାଞ୍ଚଳ ,ବଟକୃଷ୍ଣ ,କୁଶ ପ୍ରଧାନୀ ,ସୁରତ ଗୋପାଳ,,କେଶବ ମାଝୀ,ସଦା ମାଝୀ,ପାଇକ ମାଝୀ,ବିଶେନ୍ଦ୍ରର ନାଏକ, ଭାଗିରଥି ସାହୁ, ଇନ୍ଦୁବତି ଖରା, ଶତନ ମାଝୀ,ଏହିଦୁଇ ଦିନିଆ କାର୍ଯ୍ଯକ୍ରମରେ ସମସ୍ତ ଖାଇବା,ରହିବା ପ୍ରମୁଖ ସହଯୋଗ କରିଥିଲେ।