ଗୁଣପୁର ପୋଲିସ କୁ ସଫଳତା ; ସେକ୍ସ ରାକେଟ ରେ ଧରା ପଡିଲେ ଗୁଣପୁର ର ଦୁଇ ଲଜ୍ଜ ମାଲିକ ।

ଗୁଣୁପୁର, (ସିଦ୍ଧାର୍ଥ ଦାସ ଙ୍କ ରିପୋର୍ଟ) ସେକ୍ସ୍ ରାକେଟ ଚଳାଇ ଥିବା ସୁରାକ ପାଇ ସ୍ଥାନୀୟ ପୋଲିସ ଗୁଣପୁର ପେଣ୍ଠ ସ୍ଥଳୀରେ ଥିବା ଦୁଇଟି ଲଜ୍ ଚଢ଼ାଉ କରି ଦୁଇଜଣ ଯୁବତୀଙ୍କ ସହ ପାଞ୍ଚ ଜଣ ଗ୍ରାହକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆର କେ ଏ ଏସ ଲଜରୁ ଉକମ୍ବା ଗ୍ରାମର ରାତାଲୁ ବାବୁରାଓ ପିତା ଲାଚୟା, ଗୁଣପୁର ନୀଳାଦ୍ରି ବିହାରରେ ରହୁଥିବା ଲଜ୍ଜ ମାଲିକ ପ୍ରଭାକର ସାବତ ପିତା ଘନ ସାବତ ଙ୍କୁ ଗିରଫ କରି ଥାନା କେସ ନଂ ୧୫୮ ତା ୨୭.୮.୨୨ ଏବଂ ଭାନୁ ଲଜ୍ଜ ରୁ ଦୁର୍ଗୀ ଗ୍ରାମ ର ସୁଶାନ୍ତ ପରିଛା ପିତା ଦିବାକର ପରିଛା , ଗୁଣପୁର କଟିକା ସାହି ରେ ରହୁଥିବା ଭାନୁ ଲଜ୍ଜ ର ମାଲିକ ସନ୍ତୋଷ କୁମାର ସାହୁ ପିତା ଗୋପୀନାଥ ସାହୁ , ପାଲିଆ ଢେପ ସାହି ର ଭାନୁ ଲଜ୍ଜ ମ୍ୟାନେଜର ସନ୍ତୋଷ କୁମାର ମହାପାତ୍ର ପିତା ଗଦାଧର ମହାପାତ୍ର ଙ୍କୁ ଗିରଫ କରି ଥାନା କେସ ନଂ ୧୫୯ ତା ୨୭.୮.୨୨ ରେ ସମସ୍ତ ପାଞ୍ଚ ଜଣ ଙ୍କ ନାମ ରେ କେସ ନମୋଦ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୦-କ (୨)/୧୦୯ ଏବଂ ଅନୈତିକ ପ୍ରତିରୋଧ ଆଇନ ୧୯୫୬ ର ଧାରା ୩,୪,୫,୬,୭ କ୍ରମେ କୋର୍ଟ ଚାଲାଣ କରିଛି ।

ବେଲ ନା ମଞ୍ଜୁର ହେବାରୁ ଗିରଫ ବ୍ୟକ୍ତି ମାନଙ୍କୁ ଜେଲ ହଜାତ କୁ ପଠେଇ ଦିଆଯାଇଛି ଏଣୁ ଏନେଇ ଏମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସାବତ ଏହି ଲଜ୍ଜ ର ମାଲିକ ହୋଇଥିବା ବେଳେ ସେ ଏଥି ପୂର୍ବରୁ ଭାମିନି ସ୍ଥିତ ଆଇ ଆର ବି ଏନ ଦ୍ଵିତୀୟ ରିଜର୍ଭ ବାଟାଲିୟନ ରେ କାର୍ଯ୍ୟ କରୁଥିଲେ । ତେବେ କୌଣସି ଏକ କାରଣ ରୁ ତାଙ୍କୁ ଚାକିରୀ ରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ସହରରେ ଥିବା ଲଡ଼ଜ ରେ ଦୀର୍ଘଦିନ ଧରି ଏଭଳି ସେକ୍ସ ରାକେଟ ଚାଲିଥିବା ନେଇ ସୁରାକ ପାଇ ପୋଲିସ ଚଢ଼ାଉ କରି ଏଭଳି ଧରପଗଡ଼ କରିଛି । ସହର ମୁଖ୍ୟ ଜନ ବସତି ଅଞ୍ଚଳର ଆଦର୍ଶ ନଗର ରେ ଥିବା ଆର କେ ଏ ଏସ ଲଡ଼ଜ ଏବଂ ଭାନୁ ଲଡଜ ରେ ଦୀର୍ଘ ବର୍ଷ ଧରି ସେକ୍ସ ରାକେଟ ଚାଲୁଥିଲା ଏପରିକି କୋଭିଡ ସମୟରେ ମଧ୍ୟ ଏହି ଲଡ଼ଜ ରେ ସେକ୍ସ କାରବାର ଚାଲୁ ରହିଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି । ବାହାର ଅଞ୍ଚଳରୁ ଝିଅ ଆଣି ଏଠାରେ ଗ୍ରାହକଙ୍କୁ ଯୋଗାଇ ଲଡ଼ଜ ମାଲିକ ମାନେ ବ୍ୟବସାୟ କରୁଥିବା ରୁ ଏଠାରେ ପ୍ରତ୍ୟହ ଗ୍ରାହକଙ୍କ ଭିଡ଼ ଜମୁଥିବା ଆଲୋଚନା ହେଉଛି । ଆଦର୍ଶ ଥାନା ଅଧିକାରୀ ଆଶ୍ରିତା ଖାଲକୋ ଙ୍କ ତତ୍ୱାବଧାନ ରେ ଏହି ଚଢ଼ାଉ କରାଯାଇଥିଲା । ଜଣେ ମହିଳା ପୋଲିସ ଅଧିକାରୀ ଙ୍କ ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲ ରେ ଭୁୟସୀ ପ୍ରଶଂସା କରାଯାଇଛି ।