ଗୁଣୁପୁର,୨୭/୦୮(ସିଦ୍ଧାର୍ଥ ଦାସ) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରର ଜୈବ ପ୍ରଯୁକ୍ତି ବିଭାଗ ପକ୍ଷରୁ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ”ରିସେଣ୍ଟ ଆଡ଼ଭାନ୍ସସସ ଇନ ବାୟୋଟେକ୍ନୋଲୋଜି ” ଆଭାସୀ ମାଧ୍ୟ୍ୟମରେ ଉଦ୍ଘାଟିତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ତିତ ଆଇ ଏମ ଏମ ଟି ର ପରିବେଶ ବିଭାଗର ବିଭାଗୀୟ ମୁଖ୍ୟ ନବୀନ କୁମାର ଧଳ ଯୋଗଦେଇ ପରିବେଶ ସୁରକ୍ଷା ହିଁ ଆଗାମୀ ପିଡ଼ିର ସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ବୈଷୟିକ ଜ୍ଞାନ ଦ୍ୱାରା ପରିବେଶ ସନ୍ତୁଳନ ଦିଗରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ l ବିଶ୍ଵବିଦ୍ୟାଳୟର କୁଳପତି ଡ଼ଃ.ଗୌତମ ଘୋଷ ଗବେଷକମାନଙ୍କୁ ଉପାଦାନ ଯୁକ୍ତ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ରେଜିଷ୍ଟ୍ରାର ଡ଼ଃ ଏନ .ଭି . ଜେ.ରାଓ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଗବେଷଣାରେ ନିଜକୁ ସାମିଲ କରିବା ସହ ଉଜ୍ୱଳ ଭବିଷ୍ୟତକାମନା କରିଥିଲେ l ଡିନ ଏକାଡେ଼ମିକସ ଡ଼ଃ ଏ .ଭି .ଏଲ.ଏନ. ଶର୍ମା ଯୋଗ ଦେଇ ଜୈବ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଡିନ .ସ୍କୁଲ ଅଫ ଇଂଜିନିରିଂ ଆଣ୍ଡ ଟେକ୍ନୋଲୋଜି ଡ଼ଃ ଏ. ବି .ଶ୍ରୀନିବାସ ରାଓ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ତଥା ଗବେଷକ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକଶିତ ହେବାରେ ସାହାଯ୍ୟ କରିବାରେ ସହାୟକ ହେବ l ଡ଼ଃ ତାରିଣୀ ଚରଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଲୋଚନାଚକ୍ରର ର ସଂଯୋଜକ ଅଧ୍ୟାପକ ଡ଼ଃ ଦିପ୍ତୀକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭାଗର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା , ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଜାତୀୟ ଆଲୋଚନାଚକ୍ରରେ ଭାରତର ବିଭିନ୍ନ ଅନୁଷ୍ଠାନରୁ ଛଅ ଜଣ ପ୍ରଧ୍ୟାପକ ପୂର୍ଣବାର୍ତା ଭାଷଣ ଦେବା ସହ ୩୪ ଜଣ ଗବେଷକ ସେମାନଙ୍କ ସ୍କନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି .