ବେଦାନ୍ତ କମ୍ପାନୀ ଦ୍ଵାରା ଲକ୍ଷ୍ମୀପୁର ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଲକ୍ଷ୍ମୀପୁର ଏଫ୍.ସି ଜିତିଲା

କୋରାପୁଟ,୨୨/୦୮(ପ୍ରଫୁଲ୍ଲ କୁମାର ବେହେରା) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ବ୍ଲକ ପଡ଼ିଆ ଠାରେ ବେଦାନ୍ତ କମ୍ପାନୀ ଆନୁକୁଲ୍ୟରେ ଆନ୍ତଃ ଜିଲ୍ଲା ସ୍ତରୀୟ ଫୁଟ ବଲ ଟୁର୍ଣ୍ଣାମେଣ୍ଟ ଦୀର୍ଘ ଆଠ ଦିନ ଧରି ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ କୋରାପୁଟ ଜିଲ୍ଲାର ବଚ୍ଛା ବଚ୍ଛା ବିଭିନ୍ନ ବ୍ଲକରୁ ୧୬ ଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ। ୧୬ ଟି ଫୁଟବଲ ଟିମ୍ ନେଇ ପ୍ରଥମେ ଲିଗ୍ ମ୍ୟାଚ୍ ଗୁଡ଼ିକ ଖେଳା ଯାଇଥିଲା। ଲିଗ୍ ମ୍ୟାଚ୍ ବିଜେତା ମାନଙ୍କୁ ନେଇ ନକ୍ଆଉଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏଥିରେ ଯେଉଁ ବିଜେତା ଦଳକୁ ନେଇ ସେମିଫାଇନାଲ ମ୍ୟାଚ କରାଯାଇଥିଲା । ସେମିଫାଇନାଲ ରେ ଲକ୍ଷ୍ମୀପୁର ଏଫ୍.ସି ଟିମ୍ ଏବଂ କଲାଟିଗୁଡ଼ା ମଧ୍ୟରେ ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ୍ ରେ ଲକ୍ଷ୍ମୀପୁର ଏଫ୍.ସି ୨ .୦ ଡୋରରେ ମ୍ୟାଚ୍ ଜିତିନେଇ ଥିଲା ବିଜେତା ଦଳକୁ ବେଦାନ୍ତ କମ୍ପାନୀ ତରଫରୁ ଟ୍ରଫିକ୍ ସହ ୫୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏବଂ ରନର୍ସ ଅଫ୍ କୁ ଟ୍ରଫିକ୍ ସହ ୩୦ ହଜାର ରାଶି ପ୍ରଦାନ କରିଥିଲେ । ବେଦାନ୍ତ କମ୍ପାନୀର ସିଏସ୍ଆର୍ ମୁଖ୍ୟ ସଙ୍ଗୀତ ସାହୁ ଏବଂ ହୃଦୟ ପ୍ରଧାନ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଏହି ଅଞ୍ଚଳ ଯୁବକ ମାନଙ୍କୁ ବିଭିନ୍ନ ଖେଳ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ରାସ୍ତା ଘାଟ ଇତ୍ୟାଦି ବେଦାନ୍ତ କମ୍ପାନୀ ହାତକୁ ନେଇ ସହଯୋଗ ହାତ ବଢ଼େଇବ ବୋଲି ସିଏସ୍ଆର୍ ର ମୁଖ୍ୟ ସଙ୍ଗୀତ ସାହୁ ପ୍ରକାଶ କରିଥିଲେ।