ଲଗାଣ ବର୍ଷା ଯୋଗୁଁ ମାଲିଡ଼ିହି ରାସ୍ତା କୁ ସଂଯୋଗ କରୁଥିବା ବ୍ରିଜ୍ ର ଅବସ୍ଥା ଶୋଚନୀୟ ।

ରାଜଗାଙ୍ଗପୁର,୧୭/୦୮(ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୬ ବଗିଚାପଡା ରୁ ମାଲିଡିହି କୁ ସଂଯୋଗ କରୁଥିବା ପୁରୁଣା ବ୍ରିଜ୍ ର ଅବସ୍ଥା ଗତ ୩ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ଶୋଚନୀୟ ହୋଇପଡିଛି ।ଯାହା ଫଳରେ ଏହି ରାସ୍ତା ଦେଇ ପ୍ରତଦିନ ଯିବା ଆସିବା କରୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ରେ ଗତ ୩ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିଲା । ଫଳରେ ବଗିଚା ପଡା ରେ ଥିବା ଭାଟି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ପୁରୁଣା ପୋଲ ର କିଛି ଅଂଶ ଭାଙ୍ଗିବାକୁ ଲାଗିଛି । ଏମିତିକି ଏହା ଦୁର୍ଘଟଣା ର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଥିବା ଆଶଙ୍କା ନାହିଁ । ସୂଚନା ଅନୁଯାୟୀ ଏହି ପୁରୁଣା ବ୍ରିଜ୍ ର ଅବସ୍ଥା ଆଗରୁ ଭଲ ନଥିବା ବେଳେ ଏହା ସମ୍ମୁଖ ରେ ଏକ ନୂତନ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା କୁ ରାଉଲକେଲା ର ଜଣେ ଠିକାଦାର କାର୍ଯ୍ୟ କରୁଥିଲେ ।କିନ୍ତୁ ଏହା ଆଜି ପ୍ରଯନ୍ତ ସମ୍ପୂର୍ଣ ହୋଇ ପାରି ନାହିଁ । ନୂତନ ବ୍ରିଜ୍ ସମ୍ପୂର୍ଣ ହୋଇ ନଥିବା ବେଳେ ପୁରୁଣା ବ୍ରିଜ୍ ଯାହା ଆଗରୁ ଶୋଚନୀୟ ଅବସ୍ଥା ରେ ଥିଲା ତାହାର ଅବସ୍ଥା ବର୍ତ୍ତମାନ ଆହୁରି ବିପଦ ପୁର୍ଣ ହୋଇଛି ।ଯାହା ଦ୍ୱାରା ଏହି ବ୍ରିଜ୍ ଦେଇ ଯିବା ଆସିବା କରୁଥିବା ଲୋକ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ବିଷୟ ହେଉଛି ଏହି ବ୍ରିଜ୍ ଦେଇ ବସ୍ ଯାତାୟତ କରୁଥିବା ବେଳେ ଆଗାମୀ ଦିନରେ ଦୁର୍ଘଟଣା ଆଶଙ୍କା କୁ ଏଡାଇ ଦିଆ ଯାଇ ପାରିବି ନାହିଁ । ଏଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।