ଢେଙ୍କାନାଳ,(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ଦିନକୁ ଦିନ ଦୁର୍ନୀତି ଦେଖିବାକୁ ମିଳିଛି। କଙ୍କଡ଼ାହାଡ଼ ବ୍ଲକ୍ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାବେଳେ ମନରେଗା ଯୋଜନାରେ ମେସିନ ସାହାର୍ଯ୍ୟରେ କାର୍ଯ୍ୟକରି ମନରେଗା ଯୋଜନାରେ ବାରମ୍ବାର ଦୁର୍ନୀତି ଦେଖିବାକୁ ମିଳିଛି। ଏହା ପୁର୍ବ ବର୍ଷ ମଧ୍ୟ ଏକ ଆଡ଼ିବନ୍ଧ ଦୁର୍ନୀତି ଅଭିଯୋଗରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଲମ୍ବନ ହୋଇଥିଲେ କିନ୍ତୁ ପଙ୍ଗାତିରା ଗ୍ରାମ ପଞ୍ଚାୟତରେ ଏପରି ଦୁର୍ନୀତି ଦେଖିବାକୁ ମିଳିଛି କି ପଙ୍ଗାତିରା ମାଟିଆ ସାହି ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନୱାର୍ଡି ଦିଦି ପ୍ରଜ୍ଞାରାଣି ନାୟକ ଜବ୍ କାର୍ଡରେ ହାତେଇ ଟଙ୍କା ଉଠାଉଛନ୍ତି। ଏଠି ପ୍ରସ୍ନ ବାଚିସ୍ରୃଷ୍ଟି ହେଉଛି ସରପଞ୍ଚ କରୁଣାକର ସାହୁ କୁହନ୍ତି କି ଏହି ବିଷୟରେ ମୁଁ କିଛି ଜାଣି ନାହିଁ କିନ୍ତୁ ସନ୍ଦେହ ସୃଷ୍ଟି କରୁଛି ମନରେଗାରେ ଜଣେ ଅଙ୍ଗନବାଡ଼ି ଦିଦି କାମ କରୁଛନ୍ତି ସରପଞ୍ଚଙ୍କୁ ଜଣାନାହିଁ ।ପ୍ରଜ୍ଞାରାଣି ନାୟକ ଙ୍କ ସ୍ବାମୀ ନାଁ ରେ ଫାଇଲ୍ ଖୋଲା ଗଲା ଓ ଡିମାଣ୍ଡ ମଧ୍ୟ ଦିଆଗଲା ସରପଞ୍ଚ ଙ୍କୁ ଜଣାନାହିଁ କେମିତି?,ନା ଜାଣି ଶୁଣି ନଜାଣି ପରି ହେଉଛନ୍ତି।ନାଁ ନିଜ ମନ ଇଚ୍ଛା ରେ ଫାଇଲ୍ ଖୋଲା ଯାଇ ଗ୍ରାମ ରୋଜଗାର ସେବକ ଜବ କାର୍ଡ ଖୋଲି ଟଙ୍କା ଚଞ୍ଚକତା କରୁଛନ୍ତି! ଅଙ୍ଗନବାଡ଼ି ଦିଦି ଜାଣତରେ ଟଙ୍କା ଉଠାଉଛନ୍ତି କି ପ୍ରସ୍ନ ବାଚିସୃଷ୍ଟି ହେଉଛି କି ଜଣେ ସରକାରୀ କର୍ମଚାରୀ ମନରେଗା ଯୋଜନାରେ କାର୍ଯ୍ୟ କଲେ କିପରି ଗ୍ରାମ ରୋଜଗାର ସେବକ ମନରେଗାରେ ଜଣେ ଅଙ୍ଗନବାଡ଼ି କେନ୍ଦ୍ରର ଦିଦିଙ୍କ ନାମରେ କେମିତି ମନରେଗା କାର୍ଯ୍ୟ କରୁଛନ୍ତି ବୋଲି ଡିମାଣ୍ଡ ଦେଲେ । ସରପଞ୍ଚ ଜାଣିପାରିଲେ ନାହିଁ! କଙ୍କଡାହାଡ ବ୍ଲକରେ ଏମିତି ଦୁର୍ନୀତି ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି କାହିଁକି।କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ କାହିଁକି ସମସ୍ତଙ୍କ ସଲାସୁତୁରା ରେ ଗରିବଙ୍କ ଟଙ୍କା ଲୋଟିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହି କାହିଁକି !ମନରେଗା ଯୋଜନାରେ ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ଯୋଗାଇ ଦେବା ଏଠି ସରକାରୀ କର୍ମଚାରୀ ମାନଙ୍କ ଖାତାରେ ଟଙ୍କା ଛଡା ଯାଉଛି । ଗ୍ରାମ ରୋଜଗାର ସେବକ ଏହା ଚଞ୍ଚକତା କରୁନାହାନ୍ତି ତ ସାଧାରଣ ରେ ସନ୍ଦେହ ହେଉଛି!ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି!