ବାଣପୁର : ପୌରାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଲେ ମିଟୁ ନାୟକ

ବାଣପୁର, (ନିଲେଶ କୁମାର ବରାଳଙ୍କ ରିପୋର୍ଟ): ପୌରାଧ୍ୟକ୍ଷ ଭାବେ ମିଟୁ ନାୟକ ଆଜି(ବୁଧବାର) କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନିଜର ଶତାଧିକ ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କ ଗହଣରେ ଶ୍ରୀ ମିଟୁ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପୌର କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ନବ ନିର୍ବାଚିତ ପୌର ଅଧ୍ୟକ୍ଷାଙ୍କୁ ସ୍ୱାଗତ କରିଛନ୍ତି । ସମ୍ବର୍ଦ୍ଧନା ଅବସରରେ ଅଧ୍ୟକ୍ଷ ମିଟୁ ନାୟକ କହିଥିଲେ ଲୋକମାନଙ୍କ ଆଶୀର୍ବାଦ ଏବଂ ଭଲପାଇବାକୁ ଆଧାର କରି ସେ ବିଜୟୀ ହୋଇଛନ୍ତି । ନବୀନ ସରକାରଙ୍କର ସହରାଂଚଳ ପାଇଁ ସାଧାରଣ ଲୋକଙ୍କ ପାଇଁ ନିଆ ଯାଉଥିବା ବିଭିନ୍ନ ଜନ ହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ବାଣପୁର ବିକାଶ ଏକ ମାତ୍ର ଲକ୍ଷ୍ୟ ରହିବ ସହର ବିକାଶକୁ ସେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି ।

ବିଶେଷକରି ସହରର ରାସ୍ତା ଘାଟ, ନାଳ, ନର୍ଦ୍ଦମା ଏବଂ ପରିମଳ ଉପରେ ଗୁରୁତ୍ୱ ଦେବେ ଦୀର୍ଘ ବର୍ଷ ଧରି ପୌରଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ବାକି ରହିଯାଇଛି ତୁରନ୍ତ କାର୍ଯ୍ୟ କାରି କରି ବାଣପୁର ପୌରପରିଷଦ କୁ ରାଜ୍ୟର ଏକ ନମ୍ବର ପୌରପରିଷଦ ଭାବରେ ପରିଣତ କରିବେ ବୋଲି ସେ କହିଛନ୍ତି । ପର୍ଯ୍ୟବେକ୍ଷିକା ଓଡିଶା ବିଧାନସଭାର ମୁଖ୍ୟ ସଚେତିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଦେବୀ ମିଶ୍ରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।