କାଳୁପଡ଼ା ଘାଟ:-୧୪/୦୨(ବିନୁ ଦାସ୍): ଟାଙ୍ଗୀ ଟାଟା ପାୱାର ଅଧିନସ୍ଥ କାଳୁପଡ଼ା ଘାଟ ରେଳବାଇ ଫାଟକ ନିକଟସ୍ଥ ରେଲଲାଇନ ଅଣ୍ଡର ଗ୍ରାଉଣ୍ଡ ତଳେ ଯାଇଥିବା ୧୧ ହଜାର କେଭି ବିଦ୍ୟୁତ କେଵଲ ତାର ନିକଟରେ ଥିବା ପୁରାତନ ଖୁଣ୍ଟ ପରିବର୍ତ୍ତନ ବେଳେ କୌଣସି କାରଣ ବଶତଃ ଜେସିବି ସଂସ୍ପର୍ଶରେ ଆଦି ୧୧ କେଭି ବିଶିଷ୍ଟ ବିଦ୍ୟୁତ ତାର କଟି ଯାଇଛି।ଯାହା ଫଳରେ ଅଞ୍ଚଳରେ ଦଶ ହଜାରରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିବା ସହ ଅନ୍ୟୁନ ପଚାଶ ହଜାର ଅଞ୍ଚଳବାସୀ ଅନ୍ଧାର ରେ ରହିଛନ୍ତି।ସୂଚନାଯୋଗ୍ୟ କି ବିଗତ ସାତ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କାଳୁପଡ଼ା ଘାଟ ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଦିବା ଦଶ ଘଟିକାରୁ ଅପରାହ୍ନ ତିନି ଘଟିକା ପର୍ଯ୍ୟନ୍ତ ବିଭିନ୍ନ ମରାମତି ପାଇଁ ବିଭିନ୍ନ ସ୍ଥାନ ପର୍ଯ୍ୟାୟ କ୍ରମେ ଅନ୍ଧାର ରହୁଛି।
ଯାହା ଫଳରେ କାଳୁପଡ଼ା ଘାଟ, ସୋରଣ, ମାନସିଂ ପୁର ,ଜରିପଡ଼ା ଆଦି ଅଞ୍ଚଳ ଅନ୍ଧାର ରହୁଛି।କିନ୍ତୁ ହଠାତ ମରାମତି ବେଳେ କେଵଲ ତାର କଟି ବର୍ତ୍ତମାନ ସୋରଣ, ଜରିପଡ଼ା, କାଳୁପଡ଼ା ଘାଟ ଅଧା, ମାନସିଂ ପୁର,ରତନ ପୁର ଆଦି ଅଞ୍ଚଳରେ ଅନ୍ଧାର ରହିଛି।ଘଟଣା ସ୍ଥଳରେ ବିଭାଗୀୟ ବହୁ ଅଧିକାରୀ ଏବଂ କର୍ମଚାରୀ ଙ୍କର ଏକ ଦଳ ଯୁଦ୍ଧ କାଳୀନ ମରାମତି ଆରମ୍ଭ କରିଛନ୍ତି।ସୂଚନା ମୁତାବକ ରାତି ଦୁଇ ମଧ୍ୟରେ ବିଦ୍ୟୁତ ଦେବା ପାଇଁ ବ୍ୟବସ୍ଥା ହେଉଛି କିନ୍ତୁ ସମ୍ପୂର୍ଣ୍ଣ ଭାବେ ଦିନ ନଅ ଘଟିକା ସୁଦ୍ଧା ସମସ୍ତ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ଭବ ହେବ।