ସୁନ୍ଦରଗଡ଼ ଏ ଡି ଏମ ଙ୍କ ଜ୍ୱାଇଁ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) :- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବଡ଼ବାବୁ |ଲଗାତର ଦୁଇଦିନ ଧରି ଜଣେ ଆଇଆଇସି ଓ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ପରେ ଆଜି ପାଳି ପଡ଼ିଛି ଜଣେ ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ)ଙ୍କର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏଡିଏମ୍ ବିଶ୍ୱଜିତ ମହାପାତ୍ର ଙ୍କ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ଼ ଏଡି ଏମ ବିଶ୍ୱଜିତ ମହାପାତ୍ର ଙ୍କ ଭୁବନେଶ୍ୱରର ନୟାପଲ୍ଲୀ, ବାଲିଅନ୍ତାର ରୁଦ୍ରପୁର, ଜଗତସିଂହପୁରର ଜଡ଼ାତିରା, ସୁନ୍ଦରଗଡ଼ର ସରକାରୀ କ୍ୱାର୍ଟର, ସୁନ୍ଦରଗଡ଼ ଅଫିସ୍, ରଘୁନାଥପୁରର ପୈତୃକ ବାସଭବନ,ରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ରାଜଗାଙ୍ଗପୁର ସହର ସ୍ଥିତ ଓ ସି ଏଲ ନ୍ୟୁୟୁ କଲୋନୀ ରେ ରହୁଥିବା ତାଙ୍କ ଜ୍ୱାଇଁ ବିକ୍ରମ ରାଏ ଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି | ଆଜି ସଖାଳେ ଭିଜିଲାନ୍ସ ଟିମ୍ ଏଡି ଏମ ଙ୍କ ଜ୍ୱାଇଁ ବିକ୍ରମ ରାଏ ଙ୍କ ଘରେ ଚଢ଼ାଉ କରିଥିବା ବେଳେ କାହାରିକୁ ସେ ସ୍ଥାନକୁ ଛଡା ଯାଇନଥିବା ବେଳେ କୌଣସି ଗଣ ମାଧ୍ୟମ କୁ ଛଡା ଯାଇନଥିବା ଅଭିଯୋଗ ହୋଇଛି |