ଖୋର୍ଦ୍ଧା, :ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ରାଜେନୌତିକ ମାହୋଲ ସରଗରମ । ମାତ୍ର ରାଜ୍ୟରେ ଏବେ ନିର୍ବାଚନ ଆଚରଣ ବିଧି ତଥା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ଥିବା ବେଳେ ଏହାର ଉଲଘଂନ କରାଯାଉଥିବା ଦେଖା ଯାଉଛି । ସୂଚନା ଅନୂଯାଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଡବ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଆଚରଣ ବିଧି ଉଲଘଂନ ହେଉଥିବାର ଦୃଶ୍ୟ । ସରପଞ୍ଚ ସମିତି ସଭ୍ୟ ପାଇଁ କୌଣସି ଦଳୀୟ ନ ଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଏଠାରେ ମୁଖ୍ୟମନ୍ତ୍ରୀ ଓ ବିଧାୟକ ଫଟୋ ଥାଇ ବ୍ୟାନର ରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚିତ ଲଢ଼ୁଛନ୍ତି ଏ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର୍ ଧରିବା ପରେ ମୂଖ୍ୟମନ୍ତ୍ରୀ ଓ ବିଧାୟକ ଙ୍କ ଫଟୋକୁ ବ୍ୟାନର ରୁ କାଟି ଦେଇଥିବା ଦେଖିବାକୁ ମିଳୁଛି ।
ଅନ୍ୟ ଏକ ଗୁରୁତର ଅଭିଯୋଗ ମଧ୍ୟ ମିଳୁଛି କଡବ ଗ୍ରାମ ପଞ୍ଚାୟତ ରେ ସମିତି ସଭ୍ୟ ପ୍ରାର୍ଥିନୀ ହୋଇଥିବା ବଇତୁଲ ବିବିଙ୍କ ସ୍ବାମୀ ଆଜାଦ ଅଲ୍ଲୀ ପି.ଡି.ଏସ ଡିଲର ଥିବା ବେଳେ ସ୍ତ୍ରୀ ଙ୍କ ପାଇଁ ପ୍ରଚାର କରୁଥିବା ଏବଂ ପି.ଡି.ଏସ ସାମଗ୍ରୀ ବଣ୍ଟନ କୁ ନେଇ ପ୍ରଭାବିତ କରୁଥିବା ଅଭିଯୋଗ ମଧ୍ୟ ଆସିଛି । ରାଜ୍ୟ ନିର୍ବାଚନ କମିଶନର ଦୃଷ୍ଟି ଦେଇ ନିରପେକ୍ଷ ନିର୍ବାଚନ ପାଇଁ ଦାବି ହେଉଛି । ତେବେ ସବୁ ସ୍ଥାନରେ ପ୍ରଚାର ସମୟରେ ଶାସକ ଦଳ ପ୍ରାର୍ଥୀ ଖୋଲାଖୋଲି ଭାବରେ ଆଚରଣ ବିଧି ଉଲଘଂନ କରୁଥିଲେ ମଧ୍ଯ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି ।