କାଳୁପଡା :-୦୬/୦୧(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ ହାଟବରଡି ଗ୍ରାମ ପଞ୍ଚାୟତ ର ଶହ ଶହ ମହିଳା ନିଜର ସଞ୍ଚୟ ତିନି ଲକ୍ଷ ଟଙ୍କା ଜମାରାଶି ଏବଂ ସରକାରୀ ସ୍ତରରେ ମିଳିଥିବା ପିଚିଶ ଲକ୍ଷ ଋଣ ଟଙ୍କା ଆତ୍ମସାତ ଅଭିଯୋଗ କରିଛନ୍ତି।ପ୍ରକାଶ ଥାଉକି ହାଟବରଡି ଗ୍ରାମ ପଞ୍ଚାୟତର ଆଶା ପଞ୍ଚାୟତ ମହାସଙ୍ଘ ଏମବିକେ ଶ୍ରୀମତୀ ପ୍ରିୟମ୍ବଦା ବରାଳ ଙ୍କର ନାମରେ ସେହି ପଞ୍ଚାୟତର ଶହ ଶହ ମହିଳା ଅର୍ଥ ତୋଷାରପାତ ଅଭିଯୋଗ କରି ପ୍ରିୟମ୍ବଦା ଙ୍କର ଶାଶୁଘର ସମ୍ମୁଖରେ ଶହ ଶହ ମହିଳା ନିଜର ଋଣ ଟଙ୍କା ଫେରିପାଇବା ପାଇଁ ଘେରାଉ କରିଥିଲେ।ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ମା ଭଗବତୀ ମହିଳା ସଙ୍ଘ ର ସଭାପତି ଶ୍ରୀମତୀ ଟୁନି ପରିଡ଼ା କହିଛନ୍ତି କି ପ୍ରିୟମ୍ବଦା ହାଟବରଡ଼ି ପଞ୍ଚାୟତ ର ବାରଶହରୁ ଉର୍ଦ୍ଧ୍ବ ମହିଳା ୮୪ ରୁ ଅଧିକ ମହିଳା ସଙ୍ଘକରି ସ୍ୱାବଲମ୍ବୀ ହେବା ପାଇଁ ସଙ୍ଘ ଗଠନ କରିଥିଲେ।କିନ୍ତୁ ହାଟବରଡ଼ି ପଞ୍ଚାୟତ ଏମବିକେ ଭାବରେ ଦାୟିତ୍ୱ ନେଇଥିବା ପ୍ରିୟମ୍ବଦା ସେମାନଙ୍କ ଠାରୁ ଜାଲ୍ ଦସ୍ତଖତ ମାଧ୍ୟମରେ ପିଚିଶ ଲକ୍ଷରୁ ଅଧିକ ଟଙ୍କାର ହିସାବ ମିଳୁନାହିଁ, ଏପରିକି ମହିଳା ମାନେ ମାସିକ ପଚାଶ ଟଙ୍କା ହିସାବରେ ସଞ୍ଚୟ କରୁଥିବା ତିନି ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।ଭଗବତୀ ମହିଳା ମହାସଙ୍ଘ ସଭାପତି ଟୁନି ପରିଡ଼ା କହିଛନ୍ତି କି ଏ ନେଇ ଆମେ ବାରମ୍ବାର ଏମବିକେ ପ୍ରିୟମ୍ବଦା କୁ ଅବଗତ କରାଇଛୁ ଏବଂ ଚିଲିକା ବ୍ଲକ ବିଡ଼ିଓ ଶ୍ରୀମତୀ ସୁଷମା ବାରିକ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ ବହୁ ବାର କରିଛୁ।ଏ ନେଇ ପୂର୍ବରୁ ଅନେକଥର ଗଣ୍ଡଗୋଳ ମଧ୍ୟ ହୋଇଛି।
କୌଣସି ସମାଧାନ ର ସୂତ୍ର ବହାରିନି କିନ୍ତୁ ଦିନକୁ ଦିନ ଋଣ ଟଙ୍କା ବ୍ୟାଙ୍କ ରେ ବଢି ବଢି ଚାଲିଛି ହେଲେ ଆମେ ଏକ ଟଙ୍କା ନେଇ ନାହୁଁ କି ଜାଣିନାହୁଁ।ଏ ଅର୍ଥ ତୋଷାରପାତ ନେଇ ନିରବ ଦୃଷ୍ଟା ସାଜିଛି ଚିଲିକା ବ୍ଲକ ପ୍ରଶାସନ।ଏନେଇ ଥାନାରେ ପୂର୍ବରୁ ଅନେକଥର ଅଭିଯୋଗ ମଧ୍ୟ କରିଛୁ।କିନ୍ତୁ କେହି ସମାଧାନ କରିବା କି ଆମ ଟଙ୍କା ଫେରି ପାଇବା ପାଇଁ ଚେଷ୍ଟା କରୁନାହାନ୍ତି।ଯେହେତୁ ପ୍ରିୟମ୍ବଦା କୁ ଏମବିକେ ଦାୟିତ୍ୱ ଦିଆଯାଇଛି ତେଣୁ ଆମେମାନେ ପ୍ରିୟମ୍ବଦା କୁ ଦାୟୀ କରୁଛୁ।ପ୍ରିୟମ୍ବଦା ଆମକୁ ସହଯୋଗ କିମ୍ବା ସମାଧାନ କରିବା ପରିବର୍ତେ ବର୍ତ୍ତମାନ ବାହା ହୋଇ ନିଜର ଶାଶୁଘର କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡା ଗଡ଼ରେ ରହୁଛନ୍ତି।ତେଣୁ ଆମେ ନିରୁପାୟ ହୋଇ ଆମ ଟଙ୍କା ଫେରିପାଇବା ପାଇଁ ପ୍ରିୟମ୍ବଦା ର ଶାଶୁଘର ଘେରାଉ କରିଛୁ ଏବଂ ସାଥିରେ ତାଙ୍କର ମାଆଙ୍କୁ ମଧ୍ୟ ଅଟକ ରଖିଛୁ।ଅନ୍ୟ ମହିଳା ମାନେ କହିଥିଲେ କି ଆମ ଟଙ୍କା ଆମେ ନପାଇଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବ।
ଅପରପକ୍ଷରେ ଆମ ପ୍ରତିନିଧି ଙ୍କୁ ହାଟବରଡ଼ି ଏମବିକେ ଶ୍ରୀମତୀ ପ୍ରିୟମ୍ବଦା କହିଛନ୍ତି କି ମୋତେ ଏବଂ ମୋ ପରିବାରକୁ ରାଜନୈତିକ ଆକ୍ରୋଶ ରଖି ବାରମ୍ବାର ମାନସିକ ଏବଂ ଶାରୀରିକ ଆଘାତ ଦେବା ସହ ମୋ ଜୀବନ ପ୍ରତି ବିପଦ ରହିଛି।ମୁଁ କୌଣସି ଟଙ୍କା ହଡ଼ପ କରିନାହିଁ ଏବଂ ତାହା ବହୁ ଆଗରୁ ତଦନ୍ତ ସରି ସରକାର ଙ୍କଏବଂ ଅଦାଲତ ର ବିଚାରଧୀନ ରହିଛି,କିନ୍ତୁ ମୋତେ ଏବଂ ମୋ ପରିବାରକୁ ଟୁନି ପରିଡ଼ା ଏବଂ ଲକ୍ଷ୍ମୀ ରାଣୀ ବିଶ୍ୱାଳ ପଞ୍ଚାୟତ ର ମହିଳା ମାନଙ୍କୁ ଉସୁକାଇ ମୋ ପରିବାର ପ୍ରତି ବିଭିନ୍ନ ସମୟରେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି ଏପରିକି ଆଜି ମଧ୍ୟ ମୋ ବୋଉକୁ ସେମାନେ ପଣବନ୍ଦୀ କରି ରଖିଛନ୍ତି ଏବଂ ମୋ ଶଶୁରଙ୍କ ଘରେ ପଶି ବିଭିନ୍ନ ପ୍ରକାରର ଅଶ୍ଳୀଳ ଭାଷା ରେ ଗାଳି କରିବା ସହ ମୋ ଜୀବନ ପ୍ରତି ବିପଦ ରହିଛି ଯଦି କୌଣସି ମୋର କିମ୍ବା ମୋ ପରିବାରର କ୍ଷତି ହୁଏ ତ ସେମାନେ ଦାୟୀ ରହିବେ ବୋଲି ସିଧା ସିଧା ଏକ ପ୍ରେସ ବିବୃତି ଯୋଗେ ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଘଟଣା ଟି ବେଳକୁ ବେଳ ଉଗ୍ରରୂପ ଧାରଣ କରିଛି।ତୁରନ୍ତ ଏ ଦିଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଚିଲିକା ବିଡ଼ିଓ ଦୃଷ୍ଟି ଦେବା ସହ ଘଟଣା ର ପ୍ରକୃତ ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେବା ସହ ପ୍ରକୃତ ଦୋଷୀ କୁ ଧରି ଦଣ୍ଡ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।