ରୋଗ ଯନ୍ତ୍ରଣାରେ ଅତିଶୟ ହୋଇ ଯୁବକଙ୍କ ଆତ୍ମହତ୍ୟା

ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ) :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଅନ୍ତର୍ଗତ ଓସିଏଲ ଡେଲି ମାର୍କେଟରେ ଆଜି ଜଣେ ଯୁବକ ରୋଗ ଯନ୍ତ୍ରଣା ରେ ଅତିଶୟ ହୋଇ ଶେଷରେ ନିଜର ମାନସିକ ଭାରସାମ୍ୟ ହରାଇ ଆଜି ଘରେ କେହି ନଥିବେ ବେଳେ ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି |ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ସ୍ଥିତ ଓସିଏଲ ଡେଲି ମାର୍କେଟ ନିବାସୀ ରୋହିତ ୟାଦବ ଙ୍କ ବଡ଼ ଭାଇ ସୁମିତ ୟାଦବ ଘରେ କେହି ନଥିବ ବେଳେ ଆଜି ପ୍ରାୟ ୧୧.୩୦ ମିନିଟ ସମୟରେ ବେକରେ ଫାସି ଲଗାଇ ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି |ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ସୂଚନା ଅନୁଯାୟୀ ସୁମିତ ଗତ କିଛି ଦିନ ହେବ ରୋଗ ଗ୍ରସ୍ଥ ଥିବା ବେଳେ ପରିବାର ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କ ଚିକିସ୍ୟା ହୋଇପାରିନଥିଲା |ଭାଇ ରୋହିତ ୟାଦବ ତାଙ୍କ ଚିକିତ୍ସା ସରକାରୀ ଡାକ୍ତର ଖାନା ରେ କରୁଥିବା ବେଳେ ରୋଗ ଯନ୍ତ୍ରଣା ରେ ପଟ ହୋଇ ଅତିଶୟ ହୋଇପଡିଥିଲେ ସୁମିତ |ଆଜି ଘରେ କେହି ନଥିବା ବେଳେ ସେ ବେକ ରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିଲେ |