କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ହାତ ଛାଡ଼ିବା ପରେ ଶଙ୍ଖ ଧରିପାରନ୍ତି ପ୍ରଦୀପ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ନବରଙ୍ଗପୁରର ପୂବର୍ତ୍ତନ ସାଂସଦ। ପୂର୍ବରୁ ଦଳ ଛାଡ଼ିବା ଚର୍ଚ୍ଚା ହେଉଥିଲା । ରାହୁଲ ଗାନ୍ଧି ଡାକି ବୁଝାଇଥିଲେ ତଥାପି ହାତ ଛାଡିଛନ୍ତି ପ୍ରଦୀପ। କଂଗ୍ରେସର ଏହି ହେଭିଓ୍ବେଟ ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଦୀପ ମାଝୀଙ୍କ ପରି ହେଭି ୱାଟ ନେତା ଦଳ ଛାଡ଼ିବା ରାଜ୍ୟ କଂଗ୍ରେସ ପାଇଁ ଶୁଭଙ୍କର ନ ଥିବା ବେଳେ ପ୍ରଦୀପ ମାଝୀ ବିଜୁ ଜନତା ଦଳ ପ୍ରତି ଆକୃଷ୍ଟ କରାଇବରେ ମାନସ ମଙ୍ଗରାଜଙ୍କର ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି ।