ବାଣପୁରର ସୁନା ପୁଅ ଆଶିଷ ଇଣ୍ଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ବାଣପୁର:-୧୯/୧୦(ଗାୟତ୍ରୀ ମୁଦୁଲି ), ବାଣପୁରର ସୁନା ପୁଅ ଆଶିଷ । ମାତ୍ର ୧୫ ଦିନ ମଧ୍ୟରେ ୧୦୦୦ଉର୍ଦ୍ଧ୍ବ ତାଲିମ ଅନଲାଇନ ମାଧ୍ୟମରେ ନେଇଥିଲେ । ଯାହା ଇଣ୍ଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ବିଶ୍ଵ ରେକର୍ଡ ଅଧିକାରୀ ହୋଇ ପାରିଛନ୍ତି । ଏହି ଖବର ପ୍ରକାଶ ପରେ ଚାଷୀ ପରିବାରର ପୁଅ ଆଶିଷ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବେକ୍ତିଙ୍କ ପକ୍ଷରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମର ମାତା କବିତା ପଳାଇ ଓ ପିତା ଆଲୋକ ପଲାଇଙ୍କ ର ସୁଯୋଗ୍ୟ ସନ୍ତାନ ଅଟନ୍ତି ଆଶିଷ ।

ବାପା ପେଶାରେ କୃଷକ ହୋଇଥିବାବେଳେ ମାତା ଜଣେ ଅଙ୍ଗନବାଡି କର୍ମୀ ଅଟନ୍ତି। ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ପାଇଁ ଆଜି ଇଣ୍ଟରନେସନାଲ ବୁକ୍ ଅଫ ରେକର୍ଡରେ ଭାଗ ନେଇ ବିଶ୍ଵ ରେକର୍ଡ ଅଧିକାରୀ ହୋଇ ପାରିଛନ୍ତି । ଆଶିଷ ବାଣପୁର ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ରୁ ପାଠ ପଢା ଆରମ୍ଭ କରି ପରେ ଗୋଦାବରୀଶ ମହାବିଦ୍ୟାଳୟ ରେ +2 କରିଥିଲେ । ଏହା ପରେ ଏବେ ଖୋର୍ଦ୍ଧା ସ୍ଥିତ ଆଇନ ଷ୍ଟାଇନ କଲେଜରେ ବି ଟେକ କରୁଛନ୍ତି । ପିଲାଟି ଦିନରୁ ଆଶିଷ ମେଧାବୀ ଛାତ୍ର ହୋଇଥିବାବେଳେ କିଛି ନୂଆ କରି ଦେଖାଇବାର ନିଶା ପିଲାଦିନରୁ ଥିଲା । ନିଜର ସଫଳତାର ସମସ୍ତ ଶ୍ରେୟ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ଆଶିଷ।