ବାଣପୁର : ମହଙ୍ଗା ପଡ଼ିଲା ବଟି ଆଦାୟ ଓ ମହିଳାଙ୍କୁ ଅସଦାଚରଣ ୱେବ୍‌ ପ୍ରତିନିଧି ଗିରଫ

ବାଣପୁର, ୨୭।୦୯, ମହିଳାଙ୍କୁ ଅସଦାଚରଣ ଓ ବଟି ଆଦାୟ ଅଭିଯୋଗରେ ଜଣେ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ବାଣପୁର ପୋଲିସ ବାନ୍ଧିଥିବା ବେଳେ ଆଉ ଜଣେ ସହଯୋଗୀ ଫେରାର ଥିବା ସୂଚନା ମିଳିଛି। ଏମାନେ ଗ୍ରାମବାସୀଙ୍କ ଠାରୁ ବଟି ଆଦାୟ ଏବଂ ଧମକ ଦେବା ସହ ଟୀକାକରଣ କେନ୍ଦ୍ର ବନ୍ଦ କରିଦେବାକୁ ଧମକ ଦେଇଥିବା ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ଏତଲା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁସାରେ, ଗତ ତା୨୨।୦୯।୨୧ରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍.ଏ.ସି ୱାର୍ଡ ନମ୍ବର- ୯ ରେ ପ୍ରଶାସନ ଦ୍ଵାରା ଟୀକା କାରଣ ଚାଲିଥିଲା ସେହି ସମୟରେ ବାଣପୁର ଏନ୍. ଏ.ସି ୱାର୍ଡ ନମ୍ବର – ୪ ର ସେକ ରୌଶନ ଏବଂ ତାଙ୍କ ସହଯୋଗୀ ମମତାଜ ଖାନ ପହଞ୍ଚି ନିଜକୁ ସାମ୍ବାଦିକ ପରିଚୟ ଦେଇ ଟୀକା କେନ୍ଦ୍ରରେ ଗଣ୍ଡଗୋଳ କରିବା ସହିତ ପ୍ରତି ଟୀକାକୁ ୫୦ ଟଙ୍କା ନ ଦେଲେ ଟୀକା କେନ୍ଦ୍ର ବନ୍ଦ କରିବାକୁ ଧମକ ଦେବା ସହ ଟୀକା କେନ୍ଦ୍ରରେ ଉପସ୍ଥିତ ଥିବା ମହିଳା ମାନଙ୍କ ପ୍ରତି ଅସଦାଚରଣ କରିଥିବା ନେଇ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ଏକ ମାମଲା ରୁଜୁ କରି ( କେସ ନମ୍ବର ୩୨୮/୨୧ )ରେ ତଦନ୍ତ ଚଳାଇଥିବା ବେଳେ ତା୨୩।୦୯।୨୧ରିଖ ଦିନ ମଧ୍ୟ ରାତ୍ରୀରେ ଅଭିଯୁକ୍ତ ମାନେ ଗ୍ରାମବାସୀ ଓ ସାକ୍ଷୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଗ୍ରାମବାସୀ ମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଶତାଧିକ ମହିଳା ଓ ପୁରୁଷ ବାଣପୁର ଥାନା ଘେରାଉ କରିଥିଲେ । ପୋଲିସ ପ୍ରଶାସନର ପ୍ରତିଶୃତି ପରେ ଗ୍ରାମବାସୀ ମାନେ ଧାରଣରୁ ଉଠିଥିଲେ । ଘଟଣାକୁ ଗୁରୁତର ସହ ନେଇ ବାଣପୁର ଥାନା ଅଧିକାରୀ ଆଜି ତଥାକଥିତ ସାମ୍ବାଦିକଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହଯୋଗୀ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ କି ଅଭିଯୁକ୍ତ ୱେବ ଚାନେଲ ଖବରଦାତା ଙ୍କର ନାମରେ ଆଗରୁ ବହୁତ ଗୁଡିଏ ମାମଲା ରହିଛି ଏବଂ ତାହା ମଧ୍ୟ ଅଦାଲତରେ ଵିଚାରଧୀନ ରହିଛି । ବେଳକୁ ବେଳ ମାମଲାରେ ଛନ୍ଦି ହେବା ଏବଂ କାହାର ପ୍ରରୋଚନାରେ ଏଭଳି ସବୁ କାଣ୍ଡ କାରନାମା କରୁଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏହିଭଳି ଗୁରୁତର ଅପରାଧରେ ସହଯୋଗ କରୁଥିବା ମୁଖ୍ୟ ନିର୍ଦ୍ଦେଶକ କେବେ ଗିରଫ ହେବେ ତାହା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହା ଖବରଦାତାଙ୍କର ଏକମାତ୍ର ଅଭିଯୋଗ ନୁହେଁ ଏହା ପୂର୍ବରୁ ଅନେକ ଗୁରୁତର ଅପରାଧର କଳା ସାମ୍ରାଜ୍ୟ ର ଲମ୍ବା ତାଲିକା ରହିଥିବାର ଜଣାପଡିଛି । ଯାହାକି ଗଣ ମାଧ୍ୟମ ସାଜିଥିବା ଏବଂ ନିଜକୁ ସାମ୍ବାଦିକ କହି ବିଭିନ୍ନ ସମୟରେ ଅପରାଧିକ ପ୍ରୁଷ୍ଠଭୂମିରେ ଜଡିତ ରହି ଆଇନ ସହ ଲୁଚକାଳି ଖେଳିବା ଏବଂ କିଛି ମୁଖ୍ୟ କାର୍ପେଟଦାରଙ୍କ ପ୍ରରୋଚନାରେ ରହି ନିରୀହଙ୍କୁ ମିଥ୍ୟା ମାମଲାରେ ଛନ୍ଦି ହଇରାଣ କରିବା ଏପରିକି ଆଇନକୁ ହାତକୁ ନେଇ ଅପରାଧ କରିବା ଭଳି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଏଥି ସହିତ ଗ୍ରାମବାସୀ ମାନେ କହିଛନ୍ତି କି ଏଭଳି କାର୍ଯ୍ୟ କୁ ସହଯୋଗ କରୁଥିବା ପରଦା ପଛର ନାୟକ କେବେ ଗିରଫ ହେବେ ବୋଲି ପ୍ରଶ୍ନ କରିଛନ୍ତି ।