କଳାହାଣ୍ଡି: ରାଜ୍ୟ ସରକାରଙ୍କ ମୋ ସରକାର ୫-ଟି ପକ୍ଷରୁ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ ମାମଲାକୁ ରଫାଦଫା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ଏଏସଆଇ ସନ୍ତୋଷ ସାହୁ, ୨ କନଷ୍ଟେବଲ ତଥା ସୂର୍ଯ୍ୟ ମିଶ୍ର ଓ ହେମନ୍ତ ବାଗ୍ ଥିବା ସୂଚନା ମିଳିଛି । ଏହା ସହ ଥାନାରେ କାର୍ଯ୍ୟରତ ଥିବା ଓଏପିଏଫ୍ ଯବାନ ଦେବରାଜ ନାୟକ ମଧ୍ୟ ସସପେଣ୍ଡ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, କପୁରମାଲ ଗାଁର ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ୪ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତଦନ୍ତ ଆଧାରରେ ସରକାର ୪ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି ।। ଏନେଇ ମୋ ସରକାର ୫ଟିଠାରେ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ ପରେ ଗତକାଲି ୪ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।