ପୁରୀ: ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜପତି ଛେରାପହଁରା କରିବେନି ବୋଲି ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ଗଜପତି ମନା କରିବାରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏଥିସହ ସକାଳ ସାଢ଼େ ୭ଟାରେ ଜଳଲାଗିର ବ୍ୟବସ୍ଥା ହେବ ନବେ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟ-ପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ବୋଲି ଜିଲ୍ଲାପାଳ କହିଛନ୍ତି।
ସେହିପରି ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ହାଇକୋର୍ଟ । ଏସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ପୁରୀ ଛଡା କେନ୍ଦ୍ରାପଡ଼ା ଓ ଭଟାଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା । ସବୁ ମାମଲାର ଏକାଠି ଶୁଣାଣି କରିଛନ୍ତି ହାଇକୋର୍ଟ । କେନ୍ଦ୍ରାପଡା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ହସ୍ତକ୍ଷେପ ପାଇଁ ମନା କରିବା ସହ ୫ଟି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।