ଟାଙ୍ଗୀ,୧୪/୦୬(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସବ୍ ରେଜିଷ୍ଟର୍ (ଉପ ନିବନ୍ଧକ) କାର୍ଯ୍ୟାଳୟ ପରିବେଶ ପୂତ୍ତିଗନ୍ଧମୟ ସାଙ୍ଗକୁ ମୁଖ୍ୟ ଫାଟକ ସମ୍ମୁଖରେ କିଛି ଅସାଧୁ ନିଶାଡି ଲକ୍ ଡାଉନ ଏବଂ ସଟ୍ ଡାଉନ ପରିସ୍ଥିତିରେ ବିଭିନ୍ନ ସରକାରୀ କାମ ରେ ଟ୍ରେଜେରୀକୁ ଦୈନିକ ଶହ ଶହ ବ୍ୟକ୍ତି ଆସୁଥିବା ବେଳେ ସେହି ଗେଟ୍ ସମ୍ମୁଖରେ ପରିସ୍ଥିତି ଆଦୌ ବୁଦ୍ଧିଜୀବିଙ୍କ ଗ୍ରହଣୀୟ ହେଉନାହିଁ । ଟ୍ରେଜେରୀ ଅଫିସକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବ୍ୟକ୍ତି ଗେଟ୍ ସମ୍ମୁଖରେ ମଦ ବୋତଲ, ପାଣି ପାଉଚ,ଗ୍ଲାସ ର ଅସରନ୍ତି ଭଣ୍ଡାର ଖୋଲିଛି।ପାରିପାର୍ଶ୍ବିକ ପରିସ୍ଥିତି ରୁ ଜଣା ପଡୁଛି ଯେ ସଙ୍ଘବଧ ହୋଇ ମଦ୍ୟପାନ କରୁଥିବା ଜଣାପଡୁଛି ।
ଏପରିକି ଟ୍ରେଜେରୀ କାର୍ଯ୍ୟାଳୟ ପରିସର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ତା ସହ ସବ୍ ରେଜିଷ୍ଟର୍ କାର୍ଯ୍ୟାଳୟ ଫଳକର ରଙ୍ଗ ହୀନ ସାଙ୍ଗକୁ କେଉଁ କାର୍ଯ୍ୟାଳୟ ପାଖରୁ ଦେଖିଲେ ବି ଅସ୍ପଷ୍ଟ । ସବ୍ ରେଜିଷ୍ଟର୍ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଥିବା ଦୋକାନ ଗୃହ ଭିତରେ ମଦ ବୋତଲ ଗଦା ଗଦା ରହିଥିବା ବେଳେ ଅନ୍ୟାନ୍ୟ ଅବ୍ୟବହୃତ ଜିନିଷ ପଡି ଏକ ଅଳିଆ ଗଦାର ଭ୍ରମ ସୃଷ୍ଟି କରିଛି । ଏହି ମୁଖ୍ୟ ଫାଟକ ଦେଇ କାର୍ଯ୍ୟାଳୟର ଟ୍ରେଜେରୀ ଅଫିସରଙ୍କ ସହିତ ଅନ୍ୟ ଅଫିସ କର୍ମଚାରୀ ଯାଉଥିଲେ ବି ସ୍ଥାନୀୟ ମଦୁଆଙ୍କ ଉତ୍ପାତ ବିରୋଧରେ ପାଟି ଖୋଲି ପାରୁନାହାନ୍ତି।
ଏପରିକି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରେ ଏସବୁ ଅସୁବିଧା ଥାଇ ମଧ୍ୟ ସ୍ଥାନୀୟ ଦୋକାନୀମାନେ ବିରୋଧ କରିବାକୁ ସାହସ ନାହିଁ ଯାହା ଫଳରେ ଅଞ୍ଚଳଟି ନିଜର ଗୁରୁତ୍ୱ ହରାଇ ବସୁଛି । ତୁରନ୍ତ ଏ ଦିଗରେ ଟାଙ୍ଗୀ ଅଞ୍ଚଳର ବୁଦ୍ଧି ଜୀବୀ ଏବଂ ଟ୍ରେଜେରୀ ଅଫିସର ସହ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ଅସଭ୍ୟ ମଦୁଆ ଏବଂ ଅପରିଷ୍କାର କରୁଥିବା ବ୍ୟବସାୟୀ ମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହେଉଛି।