ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ଜଣେ ଗିରଫ ଓ କୋର୍ଟ ଚାଲାଣ

କନ୍ଧମାଳ,୧୩/୦୬ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାଙ୍କ ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ,ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା ।

ଏଥି ସହ ସଂପୃକ୍ତ ଅଞ୍ଚଳରେ ଯୁବକ ମାନଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ପ୍ରରୋଚନା କରିବା ସହ ଗାଁ ମାନଙ୍କରରେ ସଭାସମିତି ଆୟୋଜନ କରୁଥିଲା । ଗତ ଏପ୍ରିଲ ୪ ତାରିଖରେ କଲମପଡାଠାରେ ପୁଲିସ ମାଓବାଦୀ ଗୁଳି ବିନିମୟ ବେଳେ ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିବା ପୁଲିସ ଜାଣିପାରିଛି । ଅଭିଯୁକ୍ତ ଲାଙ୍ଗୁସାକୁ ଗୋଚ୍ଛାପଡା ପୁଲିସ ଗିରଫ କରିବା ସହ ଅଭିଯୁକ୍ତ ବିରୋଧରେ କେସ ନଂ ୨୯/୨୧ ପ୍ରକାରେ ଏକ ମକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।