ଟାଙ୍ଗୀ,୧୩/୦୬(ବିନୁ ଦାସ୍):ଖୋର୍ଦ୍ଧା ଜିଲ୍ଲା କାଳୁପଡ଼ା ଘାଟ ଅଞ୍ଚଳର ଉଆସ ପଦର ଗ୍ରାମର ପ୍ରହଲ୍ଲାଦ ସାହୁ ପେଶାରେ ଜଣେ ଦୁସ୍ଥ କଳାକାର । ଭାଗ୍ୟର ବିଡ଼ମ୍ବନା ଏ ମହାମାରୀ କରୋନାରେ ନିଜର ବେହେଲା କିମ୍ବା କିବୋର୍ଡ ବଜାଇ ଗୁଜୁରଣ ମେଣ୍ଟାଉଥିବା ପ୍ରହଲ୍ଲାଦ ଯେତିକି କଷ୍ଟ ସାଧ୍ୟ ଜୀବନ ଯାପନ କରନ୍ତି ତାଠାରୁ ଅଧିକ କଷ୍ଟ ଦେଇଛି ନିଜର ଅର୍ଦ୍ଧାଙ୍ଗିନୀ ସୁକାନ୍ତି ସାହୁ ଆଜକୁ ଦେଢ଼ବର୍ଷ ହେବ ଦୁରାରୋଗ୍ୟ କ୍ୟାନ୍ସର ରୋଗରେ ପୀଡିତ । ସ୍ୱଳ୍ପ ରୋଜଗାରରେ ଗୁଜୁରଣ ମେଣ୍ଟାଉଥିବା ପ୍ରହଲ୍ଲାଦଙ୍କୁ ସତେ ଯେମିତି ବିଧାତାର ଦୈବୀ ଚଡକ । ଏଭଳି ପରିସ୍ଥିତିରେ ନିଜ ସ୍ତ୍ରୀ ସୁକାନ୍ତିର ରକ୍ଷଣା ବେକ୍ଷଣ ଏବଂ ଔଷଧ ଖର୍ଚ୍ଚ ତୁଲାଇବା କଷ୍ଟ ।
ଏହି ଖବର ଶୁଣିବା ମାତ୍ରେ ମା ଭଗବତୀ ହେଲ୍ପ ଫାଉଣ୍ଡେସନ ବାଣପୁର ତରଫରୁ ଆଲବମ୍ କ୍ୟୁଇନ୍ ପାୟଲ ଏବଂ ତାଙ୍କ ସହଯୋଗୀ ନିଜର କଷ୍ଟ ଅର୍ଜିତ ଧନରୁ ଔଷଧ ପାଇଁ କିଛି ଖର୍ଚ୍ଚ ସହ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟର ପ୍ୟାକେଟ ପ୍ରଦାନ କରିଥିଲେ ଯାହାକି ଏହି ମହାନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଏବଂ ସୁକାନ୍ତି ର ପରିବାର ପାୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭଗବତୀ ହେଲ୍ପ ଫାଉଣ୍ଡେସନ ଏହି ମହାମାରୀ ସମୟରେ ବିଭିନ୍ନ ସ୍ଥାନରେ ଜନ ହିତକର ଏବଂ ନିରାଶ୍ରୟ ଙ୍କୁ ଖାଦ୍ୟପେୟ ପ୍ରଦାନ କରୁଥିବାରୁ ସଙ୍ଗଠନକୁ ଭୁୟସୀ ପ୍ରଶଂସା କରିଛନ୍ତି ।