କାଳୁପଡ଼ା ଘାଟ ପେଣ୍ଠରେ ଦଲାଲ ସକ୍ରିୟ ଖାଉଟିଙ୍କୁ ମାପ ଓଜନରେ ଠକୁଥିବା ଅଭିଯୋଗ

କାଳୁପଡ଼ା ଘାଟ,୩୦/୦୫(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ତଥା ସର୍ବପୁରାତନ ମତ୍ସ୍ୟ ବାଣିଜ୍ୟିକ କେନ୍ଦ୍ର କାଳୁପଡ଼ା ଘାଟ ପେଣ୍ଠ । ଦୈନିକ ଶହ ଶହ ଡ଼ଙ୍ଗା ଏବଂ ହଜାର ହଜାର ମତ୍ସ୍ୟଜୀବୀ ଏହି ପେଣ୍ଠ ଉପରେ ନିର୍ଭରଶୀଳ ।ଏକଦା ସୁନାମ ଅର୍ଜନ କରିଥିବା ଏହି ପେଣ୍ଠ ବର୍ତ୍ତମାନ ସ୍ଥାନୀୟ କିଛି ଦଲାଲଙ୍କ କବଜାରେ । ଦୈନିକ କୋଟି କୋଟି ଟଙ୍କାର ମାଛ ରପ୍ତାନି ହେଉଥିବା ବେଳେ ଏଠାରେ ପେଣ୍ଠ କହିଲେ କେବଳ ହାତ ଗଣତି କିଛି ଗୋଦାମ ରହିଛି ।ବିକାଶ କଥା ନକହିବା ଭଲ ଗୋଟିଏ ପଟରେ ସରକାର ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚିଲିକା ଫିଶେରି ବିଭାଗ କେବଳ ଲୋକ ଦେଖାଣିଆ । ଯେଉଁ କିଛି ମାଛ ବ୍ୟବସାୟୀ ବ୍ୟବସାୟ କରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟବସାୟୀ ନିଜର ମାପ ଓଜନ କଣ୍ଟାକୁ ରିନ୍ୟୁ କରୁନାହାନ୍ତି । ବେଫିକର ମାପ ଓଜନ ବିଭାଗ ତାଠାରୁ ଅଧିକ ଲୋକ ଦେଖାଣିଆ ପେଣ୍ଠ ପରିଚାଳନା କମିଟି ଏବଂ ତାର ସମର୍ଥକ ।

ଦୈନିକ ଖାଉଟି ଏବଂ ବ୍ୟବସାୟୀଙ୍କ ପାଇଁ ସୁଚାରୁ ରୁପେ ମାଛ ଯୋଗେଇଦେବା ବ୍ୟବସ୍ଥା ଥିଲେ ବି କମିଟିର ସଦସ୍ୟ କେବଳ ଘାଟ ଚାନ୍ଦା ଆଦାୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ ଖାଉଟିଙ୍କୁ ପାଣି ମିଶାଇ ମାଛ ବିକ୍ରୀ କରିବା ହେଉ କିମ୍ବା ଓଜନରେ ଠକିବା ଏଥିରେ ଧୁରନ୍ଧର କିଛି ମାଛ ବେପାରୀ । କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି ପେଣ୍ଠ ପରିଚାଳନା କମିଟିର ଚାନ୍ଦା ଆଦାୟ ହେଇଗଲେ ଦାୟିତ୍ୱରେ ଥିବା ବାବୁ ମାନେ ଖୁସ୍ । ଚିଲିକା ହ୍ରଦକୁ ନେଇ ଗର୍ବ କରୁଥିବା କାଳୁପଡ଼ା ଘାଟର ପେଣ୍ଠ କେବଳ ଚାନ୍ଦା ଆଦାୟ କରି ପାଣ୍ଠି ସଂଗ୍ରହ କରି ନିଜସ୍ୱ ଭଲ ପତିଆରା ବୃଦ୍ଧି ପାଇଁ ଆସନରେ ଅଳଙ୍କୃତ ହୋଇ ସାଧାରଣ ଖାଉଟିଙ୍କୁ ଠକିବା କେତେଦୂର ଠିକ ତାହା ପେଣ୍ଠ ପରିଚାଳନା କମିଟି କୁ ଜଣା । ଅପରପକ୍ଷରେ ଯେଉଁ ବ୍ୟବସାୟୀ ମାନେ ଡ଼ଙ୍ଗାରୁ ମାଛ ଆଣି ବିକ୍ରି କରୁଛନ୍ତି ସେମାନେ ଖାଉଟିଙ୍କୁ ଉତ୍ତମ ସେବା ଯୋଗାଇଦେବା କମିଟିର ଦାୟିତ୍ୱ ହେଲେ କମିଟିର ସଭ୍ୟ ହୁଅନ୍ତୁ ଅବା ଫିଶେରି ବିଭାଗର କର୍ମଚାରୀ ସମସ୍ତେ ଜାଣି ଶିଆଣିଆ ହୋଇ ପରୋକ୍ଷରେ ଦୁର୍ନୀତିକୁ ପ୍ରଶୟ ଦେବା ଅଞ୍ଚଳବାସୀ ଙ୍କୁ ବ୍ୟଥିତ କରିଛି ।

ଏହି ମାପ ଓଜନ ଠକେଇ ଦୀର୍ଘ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ପେଣ୍ଠ ପରିଚାଳନା କମିଟିର ସଦସ୍ୟ ସ୍ଥାନୀୟ ପ୍ରଶାସନକୁ ହାତ କରି ମାଛ ଚିଙ୍ଗୁଡ଼ି କଙ୍କଡା ଦେଇ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ କାଳୁପଡ଼ା ପେଣ୍ଠ ଦୁର୍ନୀତି ଭାଗ:-୨ ଖୁବଶୀଘ୍ର ପ୍ରକାଶ ପାଇବ।ଆଶାକରୁ ଏ ଦିଗରେ ପେଣ୍ଠ ପରିଚାଳନା କମିଟି ଏବଂ ମତ୍ସ୍ୟ ବିଭାଗ ମାପ ଓଜନ ଉପରେ ଠକୁଥିବା ବ୍ୟବସାୟୀଙ୍କୁ କଡ଼ା ପଦକ୍ଷେପ ସହ ଓଜନ କରାଯାଉଥିବା କଣ୍ଟା ଗୁଡ଼ିକ ରିନ୍ୟୁ କରିବାକୁ ନିର୍ଦ୍ଦେଶ ଦେବେ । ଏ ବିଷୟରେ ଆମ ପ୍ରତିନିଧି ପେଣ୍ଠ ପରିଚାଳନା କମିଟିର ସଭାପତି କରୁଣାକର ଜେନାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା କମିଟିର ସମ୍ପାଦକ ଶଙ୍କର ମହାପାତ୍ର କହିଥିଲେ କି ଆମ ନଜରରେ ନାହିଁ ଆମେ ହିସାବ କରିବାରେ ବ୍ୟସ୍ତ ରହୁଛୁ । ତେଣୁ କିଏ କେମିତି ବେପାର କରୁଛି କେତେ ପାଣି ମିଶାଉଛନ୍ତି ନଜର ନାହିଁ । ଅଭିଯୋଗ ଯଦି ଆସିଛି ଆମେ ଏହି ଉପରେ ପଦକ୍ଷେପ ନେବୁ ।