ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍। ଲଗାତାର କରୋନା ୧୦ ହଜାର ଉପରେ ରହୁଥିବା କରୋନା ଗ୍ରାଫ୍ ଆଜି ତଳ ମୁହାଁ ହୋଇଛି। ରାଜ୍ୟରେ ଦିନକରେ ୬୭୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୭୪ ପଜିଟିଭ ଆକ୍ରାନ୍ତ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୯୬୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୮୮ଜଣ, ବାଲେଶ୍ୱର ଜିଲ୍ଲାରୁ ୭୧ଜଣ, ବରଗଡ଼ ଜିଲ୍ଲାରୁ ୪୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୦୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୪ଜଣ, ବୌଦ୍ଧ ଜିଲ୍ଲାରୁ ୨୬୨ଜଣ, କଟକ ଜିଲ୍ଲାରୁ ୩୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୮ଜଣ, ଗଜପତି ଜିଲ୍ଲାରୁ ୮୦ଜଣ ଚିହ୍ନଟ ହୋାଇଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୬ଜଣ , ଯାଜପୁର ଜିଲ୍ଲାରୁ ୩୭୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୭ଜଣ, କୋରାପୁଟ ଜିଲ୍ଲାରୁ ୨୧୯ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୨୦୭ଜଣ, ନୂଆପଡ଼ା ଜିଲ୍ଲାରୁ ୪୮ଜଣ, ପୁରୀ ଜିଲ୍ଲାରୁ ୨୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୯ଜଣ, ସୋନପୁର ଜିଲ୍ଲାରୁ ୮୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨୦ଜଣ, ଷ୍ଟେଟ୍ ପୁଲ୍ରୁ ୧୦୨ଜଣ ରହିଛନ୍ତି।