ଖୋର୍ଦ୍ଧା,୧୯/୦୫ : କରୋନା ମୁକାବିଲା ସମୟରେ ରକ୍ତ ଭଣ୍ଡାରରୁ ରକ୍ତ ସଙ୍କଟ ଦୂର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ ରେ ଓଡ଼ିଶା “ମୋ-ପରିବାର” ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ଖୋର୍ଦ୍ଧା ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜନାରେ ଏବଂ ବିଜୁ ଛାତ୍ର ଜନତା ଦଳ,ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ରୋଟାରୀ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରକୁ ଖୋର୍ଦ୍ଧା ଟାଉନ ଛାତ୍ର ବିଜେଡି ସଭାପତି ଅଭିନାଶ ପଟ୍ଟନାୟକ,ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଦେବୀ ପ୍ରସାଦ ଦାସ, ଜିଲ୍ଲା ସମାଜିକ ଗଣମାଧ୍ୟମ ସଂଯୋଜିକା ହରପ୍ରିୟା ସାହୁ, ଛାତ୍ରନେତା ଲୋକେଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।