ବାଣପୁର,୧୮/୦୫: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ବାଣପୁର ଅଞ୍ଚଳରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବାଣପୁର ପୌରାଞ୍ଚଳର ଅନ୍ତର୍ଗତ ୪ ନମ୍ବର ୱାର୍ଡର ପାଣିସାହିରେ ୪ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ୧୮/୦୫/୨୧ ସଂଧ୍ୟା ୭ଟା ଠାରୁ ୨୭/୦୫/୨୧ ତାରିଖ ରାତ୍ର ୯ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୪୮ ଜନ ସଂଖ୍ୟା ବିଶିଷ୍ଟ ୧୨ ଗୋଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପୌର ପ୍ରଶାସନ ।