ବଡ଼ ଖବର: ରାଜ୍ୟରେ ଜୁନ୍‌ ୧ ଯାଏଁ ବଢ଼ିଲା ଲକ୍‌ଉାଉନ୍‌ କଟକଣା

ଭୁବନେଶ୍ୱର ୧୮/୦୭: ହୁ ହୁ ହୋଇ କରୋନା ବଢ଼ୁଛି । ଓଡ଼ିଶାରେ ବି ସ୍ଥିତି ଚିନ୍ତାଜନକ ହେଲାଣି । ପୂର୍ବ ମେ ୫ ତାରିଖରୁ ରାଜ୍ୟବାପୀ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଜାରି ରହିଛି। ଯାହା ୧୯ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିଛି। କରୋନା ସଂକ୍ରମଣ ବିଜୁଳି ବେଗରେ ବ୍ୟାପିବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୁଳ, ସମ୍ବଲପୁର ସହ ଭୁବନେଶ୍ୱର ସ୍ଥିତି ଚିନ୍ତା ବଢ଼ାଇଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ଲଟ୍‌ଡାଉନ୍‌ ଅବଧିକୁ ମେ ୩୧ ଯାଏଁ ବଢ଼ାଇଛନ୍ତି। ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ସଟଡାଉନ ଲାଗୁ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।