ମେ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ

ନୂଆଦିଲ୍ଲୀ ୧୫।୫ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ପରିସ୍ଥିତି ବହୁତ ଖରାପ ଆଡ଼କୁ ଗତି କରୁଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି। ଏଠାରେ ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର ଟପୁଛି ।

ତେବେ ଲକଡାଉନ ସମୟରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ସେଣ୍ଟରଗୁଡ଼ିକ ବନ୍ଦ ରହିବ । ଏଥିସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଦୋକାନ, ବଜାର, ମଲ, ରେଷ୍ଟୁରାଣ୍ଟ, ସେଲୁନ, ଜିମ୍, ଇମିଂ ପୁଲ, ପାର୍କ ଓ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ଖୁଚୁରା ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲିବ । ମିଠା ଓ ମାଛ ଦୋକାନଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ମେଡିସିନ ଦୋକାନ ଓ ଚଷମା ଦୋକାମାନ ପୂର୍ବ ପରି ଖୋଲା ରହିବ । ମେଟ୍ରୋ ସେବା, ଲୋକାଲ ଟ୍ରେନ, ବସଗୁଡ଼ିକ ବନ୍ଦ ରହିବ । ପ୍ରାଇଭେଟ କାର, ଟ୍ୟାକ୍ସି ଆଦି ଜରୁରୀକାଳୀନ ସେବାରେ ରହିବ ନାହିଁ । ସମସ୍ତ ରାଜନୀତି, ମନୋରାଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବକୁ ନିଷେଧ କରାଯାଇଛି । ଫୁଡ୍ ଓ ମେଡିସିନ ଜାତୀୟ ସାମଗ୍ରୀ ଯୋଗାଣକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଶିଳ୍ପ ଉତ୍ପାଦନ ସଂସ୍ଥାଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି । ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କୌଣସି ଯାନବାହାନକୁ ଅନୁମତି ନାହିଁ । ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଆସନ୍ତାକାଲିଠାରୁ ୧୫ ଦିନ ପାଇଁ ଏହି ଲକଡାଉନ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।