ବାଣପୁର/ବାଲୁଗାଁ : କରୋନା ଟିକା କରଣ ପ୍ରୀୟା ପିତୀ ତୋଷଣ !

ବାଣପୁର/ବାଲୁଗାଁ,୧୨।୦୫: ପ୍ରତିଷେଧାତ୍ମ ଟିକା କରଣକୁ ସର୍ବସାଧାରଣଙ୍କୁ ଉପଲବ୍ଧ କରାଯିବା ପାଇଁ ଯୋଜନା ଚାଲୁଥିବା ବେଳେ ଟିକା ଯୋଗାଣ ଯେମିତି ଏକ ହାତ ସଫେଇ ସଦୃଶ । ଏଠି ସରକାରୀ ଚାକିରିଆ ଓ ବେସରକାରୀ ପ୍ରତିନିଧି ସ୍ୱରୁପ ଧଳାହାତୀ ମାନେ ବାଜିମାତରେ ଉସ୍ତାଦ । କରୋନା ଟିକା କରଣ ସ୍ଥଳ ମାନଙ୍କରେ Sanitization ସାତ ସପନ ହୋଇ ଯାଇଛି । ଏହି ସ୍ଥଳ ମାନଙ୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନେ ନିଜକୁ କୋଭିଡ ପରୀକ୍ଷା କରାଉ ନାହାନ୍ତି କିମ୍ବା Duty ପୂର୍ବରୁ ସେମାନଙ୍କର Covid Negative ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ ।

କରୋନାର ଉଗ୍ରରୂପ ନେଇ ଥିବା ବେଳେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ Hand Gloves ତଥା PPE Kit ମଧ୍ୟ ଯୋଗାଇ ଦିଆଯାଉ ନାହିଁ । ଯାହା ଗୋଷ୍ଠୀ ସଂକ୍ରମଣର ଏକ ବାହକ ସାଜୁଅଛି । ପରିସ୍ଥିତ ଏମିତି ନ ହେଉ ଯଦ୍ୱାରା ସ୍ୱାସ୍ଥ୍ୟ କର୍ମୀମାନେ କରୋନାର ବାହକ ସାଜନ୍ତୁ ।

ରାଜଧାନୀ ପରି ସହର ମାନଙ୍କରେ ସର୍ବସାଧାରଣ ମନଙ୍କୁ ସର୍ବସାଧାରଣ ସ୍ଥଳରେ ଟିକା କରଣ କରାଯାଉଥିବା ବେଳେ ଆଞ୍ଚଳିକ କେନ୍ଦ୍ର ମାନଙ୍କରେ ଏହାକୁ ଗୁପ୍ତ ଭାବେ ଟିକା ପ୍ରଦାନ ଏକ ପ୍ରହେଳିକା ସୃଷ୍ଟି କରୁଛି । ବାଣପୁରରେ ଗୁପ୍ତ ଟିକାଦାନରେ ପ୍ରୀୟାପିତୀ ତୋଷଣର ପ୍ରଭାବ ଜୋର । ଏଠାରେ ବିଭିନ୍ନ ଆଳରେ ପୋଲିସ, ସାମ୍ବାଦିକ, ସଂଙ୍ଗଠନ ଓ ରାଜନିତିଆ କୁଜିନେତାମାନେ କରୋନା ଟିକାକୁ ହାଇଜାକ୍ କରିଚାଲିଛନ୍ତି ।

ଟିକା କରଣର ପୂର୍ବଦିନ ଠାରୁ ଲମ୍ବା ଧାଡି ଲାଗୁଥିବା ବେଳେ ମହଜୁଦ ପରିମାଣ ଘୋଷଣା ମୁତାବକ ଟୋକନ ବଣ୍ଟାଯାଉ ଥିବା ବେଳେ ଅଳ୍ପ ସଂଖ୍ୟକ ଟିକା କରଣ ପରେ ଟିକା ଶେଷ ହେବା ଘୋଷଣା ଆଶ୍ଚର୍ଯ୍ୟ ଜନକ ଟିକା ପାଇଁ ଟୋକନ ପାଇଥିବା ବ୍ୟକ୍ତି ଟିକା ନ ନେଇ ହତାଶ ହୋଇ ଫେରୁଛି । ସର୍ବ ସାଧାରଣରେ ଚର୍ଚା ହେଉଛି ବାଣପୁର ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନଙ୍କର ମୂର୍ଖାମୀ ଓ ପ୍ରିୟା ପିତୀ ତୋଷଣରେ ବଡ ବଡିଆ ମାନଙ୍କ ଲାଭ ହିଁ ଲାଭ ସାଧାରଣ ଲୋକ ମାନେ ବାରମ୍ବାର ଦୁର ଦୁରାନ୍ତରୁ ଟିକା ପାଇଁ ଆସି ଫେରୁଥିବା ବେଳେ ବଡ ବଡ ହସ୍ତି ମାନେ ବିନା ପଞ୍ଜିକରଣରେ ଟିକା ନେଇ ଫେରୁଛନ୍ତି ।