ଭୁବନେଶ୍ୱରେ: ରାଜଧାନୀ ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ । ୨୪ ଘଣ୍ଟା ଭିତରେ ଭୁବନେଶ୍ୱରରୁ ଚାରି ଚାରି ଜଣ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଏକ ଘରୋଇ ହସ୍ପିଟାଲରୁ ଆଉ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି ।
ଗତକାଲି ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ୭୧ ବର୍ଷ ବୟସ୍କ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ୨୦ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୮ ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକଳରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ଯୋଗୁଁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।