ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ନୂଆ ଗାଇଡ୍ଲାଇନ। କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ନୂଆ SOP ଜାରି କରାଯାଇଛି। କରୋନା ନୂଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି।
ଗୁରୁତର ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ ଦିଆଯାଇପାରିବ। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ। କରୋନା ରୋଗୀଙ୍କୁ ଔଷଧ ଦେବା ନେଇ ଡିସିଜିଆଇ ଅନୁମତି ଦେଇଛନ୍ତି।
ସେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ ଓ ପିଏଚଓ, ଏମ୍ସ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଏଏଚପିଜିଆଇସି, ଆଇଜିଏଚ, ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ, ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।