ପୁରୀ ୨୮।୪: ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପିପିପି ମୋଡରେ ହେବ ୧୫୦ ଶଯ୍ୟା ବିଶିଷ୍ଟ ନେଇ କୋଭିଡ୍ ହସ୍ପିଟାଲ ତିଆରି କରାଯିବ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ । ୪୦ଟ ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ ହସ୍ପିଟାଲରେ । ପୁରୀ କୋଭିଡ୍ ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତ ୨୩ ତାରିଖରୁ ଆରଟିପିସିଆର ଟେଷ୍ଟିଂ ବ୍ୟବସ୍ଥା ଅଚଳ ଥିବା କହିଛନ୍ତି ଜିଲ୍ଲାପାଳ । ଆରଟିପିସିଆର ଟେଷ୍ଟିଂ ସେଣ୍ଟରେ ତ୍ରୁଟି ଯୋଗି ଏହି ବ୍ୟବସ୍ଥା ଅଚଳ ହୋଇଥିଲା । ଜିଲ୍ଲାରେ ଆଣ୍ଟିଜେନ୍ ବଢାଯିବା ସହ ଲକ୍ଷଣ ଥିଲେ ହସ୍ପଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ